ଜଙ୍ଗଲ ରାସ୍ତାରେ ବିପଦସଙ୍କୁଳ ବିଦ୍ୟୁତ ତାର

ପଲଶାଗୋରା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ପଲଶାଗୋରା ପଞ୍ଚାୟତ ପରା ଗ୍ରାମଠାରୁ ପାଞ୍ଚଖଣ୍ଡି ଗ୍ରାମକୁ ସଂଯୋଗ ହୋଇଥିବା ଦଭଲଟାଙ୍ଗର ନିକଟ ଜଙ୍ଗଲ ରାସ୍ତାରେ ୧୧ କେଭି ବିଦ୍ୟୁତ ତାର ଯାଇଛି। ହେଲେ ଏଠାକାର ଗୋଟିଏ ଖୁଣ୍ଟଟି ଦୋହଳି ପଡ଼ିଥିବା ଯୋଗୁଁ ବିଦ୍ୟୁତ ତାର ଦୋହଳି ପଡ଼ିଥିବାରୁ ଏହାର ଉଚ୍ଚତା ମାଟିଠାରୁ ୬ ଫୁଟରୁ କମ ଉଚ୍ଚତା ରହିଛି। ଫଳରେ ଉକ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୂର୍ବରୁ ୨ଟି ବଳଦ ମରିଥିବା ବେଳେ ମଧ୍ୟ ବିଦ୍ୟୁତ ବିଭାଗ ଉକ୍ତ ଖୁମ୍ବ ପ୍ରତି ଦୃଷ୍ଟି ନଦେବା ଯୋଗୁଁ ଆଗକୁ ଉକ୍ତ ସ୍ଥାନରେ ବଡ଼ ଘଟଣା ଘଟିବାର ସମ୍ଭାବନା ରହିଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର