ଦେବଗଡ଼, (ଶକ୍ତି ସୌରଭ ନନ୍ଦ): ବିପଦରେ ପିଲାଙ୍କ ଜୀବନ। ପାଠ ପଢ଼ିବେ ବୋଲି ସେମାନଙ୍କୁ ବିପଜ୍ଜନକ ଭାବେ ରେଙ୍ଗାଲି ଜଳଭଣ୍ଡାର ପାରି ହୋଇ ସ୍କୁଲ ଯିବାକୁ ପଡ଼ୁଛି। ତାହା ପୁଣି ଛୋଟ ମାଛଧରା ଡଙ୍ଗାରେ। ଦିନେ କି ଦୁଇ ଦିନ ନୁହେଁ। ମାସ ମାସ ଧରି ଚାଲିଛି ସେମାନଙ୍କ ବିପଜ୍ଜନକ ଯାତ୍ରା।
ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ତାହା ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ତଥାପି ଶିକ୍ଷାର ମୂଲ୍ୟ ବୁଝି ପାରୁଥିବା କିଛି ଅଭିଭାବକ ସେମାନଙ୍କ ପିଲାଙ୍କୁ ପାଠ ପଢ଼ିବାକୁ ସ୍କୁଲ୍କୁ ପଠାଉଛନ୍ତି। ମାତ୍ର ବିପଜ୍ଜନକ ଭାବେ ମଛାଧରା ଡଙ୍ଗାରେ ସବୁଦିନ ସ୍କୁଲ୍ ଯିବା କେତେ ନିରାପଦ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ରକିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରେଙ୍ଗାଲି ଜଳଭଣ୍ଡାର ନିକଟରେ ବାସ କରୁଥିବା ରିଆମାଳ ବ୍ଳକ୍ ଖିଲେଇ ପାଞ୍ଚାୟତ ଖଇରପାଲି ଗାଁରେ। ଏହି ଗାଁର ପିଲା ମାସ ମାସ ଦରି ମାଛଧରା ଡଙ୍ଗାରେ ଜଳଭଣ୍ଡାର ପାର ହୋଇ ଗାଁଠାରୁ ପ୍ରାୟ ୬ କିଲୋମିଟର ଦୂର ସିଆରମାଳିଆ ଗ୍ରାମରେ ଥିବା ସ୍କୁଲ୍କୁ ଯାଉଛନ୍ତି। ବିଶେଷ କରି ବର୍ଷାଦିନେ ଉକ୍ତ ଜଳଭଣ୍ଡାର ପାଣି ବୃଦ୍ଧି ପାଇଥିବାବେଳେ ମଧ୍ୟ ସେମାନେ ଏଭଳି ଭାବରେ ସ୍କୁଲକୁ ଯାଉଛନ୍ତି।
/sambad/media/post_attachments/wp-content/uploads/2019/09/SBPHO13-BIPADA-SANKULA-ABASATA-RE-SCL-JIBA-PHOTO1_3-1.jpg)
ରିଆମାଳ ବ୍ଲକ୍ ଅନ୍ତର୍ଗତ ଖିଲେଇ ପଞ୍ଚାୟତ ଖଇରପାଲି ଗ୍ରାମରେ ବସବାସ କରୁଛନ୍ତି ୨୦ ଧୀବର ପରିବାର। ଉକ୍ତ ଗ୍ରାମ ରେଙ୍ଗାଲି ଜଳଭଣ୍ଡାର ନିକଟରେ ଅବସ୍ଥିତ। ଗ୍ରାମରେ ଅଛନ୍ତି ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୫ ଜଣ ଛାତ୍ରଛାତ୍ରୀ । କିନ୍ତୁ ସେମାନଙ୍କ ପାଠ ପଢ଼ିବା ପାଇଁ ଗାଁରେ ବିଦ୍ୟାଳୟ ନାହିଁ । ତେଣୁ ଛାତ୍ରଛାତ୍ରୀମାନେ ନିଜ ଜୀବନକୁ ବାଜି ଲାଗାଇ ଗାଁଠାରୁ ୬ କିମି ଦୂରରେ ଥିବା ସିଆରମାଳିଆ ପ୍ରାଥମିକ ବିଦ୍ୟାଳୟକୁ ଯାଉଛନ୍ତି। ଗ୍ରାମଠାରୁ ମୁଖ୍ୟରାସ୍ତା ଦେଇ ଗଲେ ସିଆରମାଳିଆ ଗ୍ରାମ ଦୂରତା ଅଧିକ। ସେମାନଙ୍କ ଯାତାୟତ ପାଇଁ ଅନ୍ୟ କିଛି ମାଧ୍ୟମ ନ ଥିବାରୁ ବାଧ୍ୟ ହୋଇ ସେମାନେ ଡଙ୍ଗାରେ ଜଳଭଣ୍ଡାର ପାର ହେଉଛନ୍ତି। ତେବେ ଗ୍ରାମରେ ବିଦ୍ୟାଳୟଟିଏ ସ୍ଥାପନ ପାଇଁ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି। ମାତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟ କୌଣସି ଉପାୟ ନ ପାଇ ଅଭିଭାବକମାନେ ନିଜର ପୁଅ ଓ ଝିଅକୁ ଶିକ୍ଷିତ କରିବା ପାଇଁ ବିପଜ୍ଜନକ ହେଲେ ବି ଡଙ୍ଗାରେ ଉକ୍ତ ଜଳଭଣ୍ଡାର ପାର ହୋଇ ବିଦ୍ୟାଳୟକୁ ପଠାଉଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ତଥା ଜନ ପ୍ରତିନିଧିମାନେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/Children-Risks-Their-Lifes-While-Going-School_Thumbnail.jpg)