ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କୁ ନେସନାଲ୍ ପେନସନ ସ୍କିମ( ଏନ୍ପିଏସ୍) ର ୨୦ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ଭିଜିଲାନସ୍ ଗିରଫ କରିଛି। ଏନେଇ ଭିଜିଲାନ୍ସରେ ମାମଲା ନମ୍ବର ୬/୨୪ ରୁଜୁ କରାଯାଇଥିବା ସୂଚନା ମିଳିଛି ।
ଫୁଲବାଣୀ ଭିଜିଲାନସ୍ ଇନ୍ସପେକ୍ଟର କୁମୁଦିନୀ ସାହୁଙ୍କ ସୂଚନା ଅନୁଯାୟୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ଶିକ୍ଷକଙ୍କ ନ୍ୟାସନାଲ୍ ପେନ୍ସନ୍ ସ୍କିମରୁ ୨୦ ଲକ୍ଷ ଟଙ୍କା ନିଜ ଦରମା ଆକାଉଣ୍ଟକୁ ସ୍ଥାନାନ୍ତର କରି ଏକ ସେଆର୍ ମାର୍କେଟରେ ଟଙ୍କା ବ୍ୟୟ କରିଥିଲେ । ଏହା ଭିଜିଲାନ୍ସ ବିଭାଗ ଜାଣିପାରି ତଦନ୍ତ କରିବା ବେଳେ ଏହାର ସତ୍ୟାସତ୍ୟ ପାଇଥିଲା । ଗତକାଲି ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଛି।