ଭୁବନେଶ୍ବର: ଗତ ରାତ୍ରରେ ଓଡ଼ିଶାର ୧୯ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି। ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଠାକାର ତାପମାତ୍ର ଥିଲା ୩.୫ ଡିଗ୍ରି ସେଲସିଅସ୍।
ଅପରପକ୍ଷରେ କଟକରେ ୧୦.୧ ଓ ଭୁବନେଶ୍ୱରରେ ୧୦.୦ ଡିଗ୍ରି ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି।
୧୦ ଡିଗ୍ରି ତଳେ ଥିବା ସହରଗୁଡ଼ିକ ହେଲା, ବାଲେଶ୍ବର ୯.୮, ଚାନ୍ଦବାଲି ୯.୨, ଅନୁଗୁଳ ୮.୬, ବାରିପଦା ୮,୫, ଝାରସୁଗୁଡ଼ା ୬.୪, ଦାରିଙ୍ଗବାଡ଼ି ୩.୫, କୋରାପୁଟ ୮.୫ , ସୁନ୍ଦରଗଡ଼ ୬.୫, ଫୁଲବାଣୀ ୪.୦, ଟିଟଲାଗଡ଼ ୬.୮, ଭବାନୀପାଟଣା ୬.୦, ସୋନପୁର ୮.୫, ବଲାଙ୍ଗୀର ୭.୮ ଡିଗ୍ରି, ନୟାଗଡ଼ ୯.୦, କେନ୍ଦୁଝର ୬.୨, ସମ୍ବଲପୁର ୮.୫, ବୌଦ୍ଧ ୭.୦, ହୀରାକୁଦ ୮,୬ ଓ ତାଳଚେର ୯.୦ ଡିଗ୍ରି ସେଲସିଅସ୍।
ସୂଚନାଯୋଗ୍ୟ,ଏ ବର୍ଷ ୧୫ ଦିନ ବିଳମ୍ବରେ ରାଜ୍ୟକୁ ଶୀତ ପ୍ରବେଶ କରିଛି। ଶୀତର ପ୍ରକୋପ ଓ ସମୟ ମଧ୍ୟ କମ୍ ଦିନ ରହିବ। ଆସନ୍ତା ୨ ଦିନ ରାଜ୍ୟର ପ୍ରାୟ ସ୍ଥାନରେ ତାପମାତ୍ରା ୧୨ ଡିଗ୍ରି କିମ୍ବା ତା’ ତଳେ ରହିବା ପରେ ୨୨ତାରିଖ ଆଡ଼କୁ ପାରଦ ଧୀରେ ଧୀରେ ଊର୍ଧ୍ବମୁଖା ହେବ। ୨୨ ତାରିଖ ପରେ ଶୀତ କମିଯିବ ଓ ଜାନୁଆରି, ଫେବ୍ରୁଆରିରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।
ଗତ ୬ ଦିନ ହେଲା, ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଥଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ରାଜ୍ୟକୁ କ୍ରମାଗ୍ରତ ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବ ଗତକାଲି ରାତିରୁ ଅଧିକ ଶକ୍ତିଶାଳୀ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp