ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ନାହିଁ ଭକ୍ତ। ଏହାର କାରଣ ହେଲା ଆଜି ଏହି ସମୟଭିତରେ ପୁରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ସେବା ଅନୁଷ୍ଠିତ ହେବ । ବିଧି ଅନୁସାରେ ଅତ୍ୟନ୍ତ ଗୁପ୍ତଭାବେ ଏହି ସେବା ହୋଇଥାଏ । ତେଣୁ ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ।

ମିଳିଥିବା ସୂଚନା ଅନୁଯାୟୀ ,ଆଜି ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ଦଇତାପତିମାନେ ଏହି ପଇତା ଲାଗି ସେବା କରିବେ। ପଇତା ଲାଗି ସେବାକୁ ଗୁପ୍ତସେବା ବୋଲି ବି କୁହାଯାଇଥାଏ। ଏହା ଏକ ଗୁପ୍ତ ସେବା ପଇତା ଲାଗି ହୋଇଥିବାରୁ ସାଧାରଣ ଦର୍ଶନକୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରଖାଯିବ ।

Image result for jagannath
image source-The Hindu

ଏଣୁ ଏହି ସମୟରେ ଯେଉଁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନର ଯୋଜନା କରିଛନ୍ତି ସେଥିରେ ପରିବର୍ତ୍ତନ କରିନେବା ଠିକ୍ ହେବ। ତେବେ ପଇତା ଲାଗି ସେବା ସମୟରେ ଶ୍ରଦ୍ଧାଳୁମାନେ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର