ଭୁବନେଶ୍ବର: ବୁଧବାର ଥିଲା ମଣ୍ଡପରେ ମହାଦଶମୀ। ସକାଳୁ ସକାଳୁ ପାଗ ଶୁଖିଲା ଥିଲା। ସକାଳୁ ହିଁ ମଣ୍ଡପଗୁଡିକରେ ଭିଡ ଜମିବା ଆରମ୍ଭ ହୋଇଯାଇଥିଲା। ମା’ଙ୍କ ବାହୁଡ଼ିବାର ବେଳ ଯେତେ ପାଖେଇ ଆସୁଥିଲା ଭକ୍ତଙ୍କ ଭିଡ଼ ବି ସେତେ ବଢ଼ିବାରେ ଲାଗିଥିଲା। କିଏ ଗାଡି ପୂଜା କରି ସାରା ବର୍ଷ ଭଲରେ କଟିବାର ଆଶୀର୍ବାଦ ମାଗୁଥିଲା ତ ଆଉ କିଏ ମନର ନୈବେଦ୍ୟ ବାଢ଼ି ମାଗୁଥିଲା ସାରା ସଂସାରର ସୁଖ ସମୃଦ୍ଧି। କେଉଁଠି କେଉଁଠି ଅନ୍ନ ପ୍ରସାଦର ବାସ୍ନାରେ ମଣ୍ଡପ ବାସ୍ନାୟିତ ହୋଇପଡୁଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ଏହି ମାହୋଲ ଲାଗି ରହିଥିବାବେଳେ ଅପେକ୍ଷା ଥିଲା ରାତିକୁ ରାବଣ ପୋଡି ଉତ୍ସବ ଦେଖିବା ପାଇଁ। ହେଲେ ବର୍ଷା ସବୁ କିଛି ଧୋଇନେଲା। ବର୍ଷାରେ ଭିଜିଯାଇଥିଲେ ଭକ୍ତ। ରାବଣପୋଡି ଦେଖିବାର ମଜା ଧୂଳିସାତ ହୋଇଯାଇଥିଲା। ତଥାପି ବିଳମ୍ବିତ ରାତିଯାଏଁ ମଣ୍ଡପ, ରାସ୍ତାଘାଟ ଜନସମୁଦ୍ର ପାଲଟି ଯାଇଥିଲା, ସେତେ ଯେମିତି ଦୁଇବର୍ଷର ସୁଯୋଗ ହାତଛଡ଼ା ହୋଇଯିବ। ଏଭଳି ଉତ୍ସବର ମାହୋଲ ଭିତରେ ଦଶହରା ସରିଯାଇଛି। ମା’ଙ୍କ ବାହୁଡ଼ିବାର ବେଳକୁ ଭକ୍ତ ଏବେ ଅପେକ୍ଷାରତ।
The News Insightମହାଷଷ୍ଠୀ ଓ ମହା ସପ୍ତମୀରୁ ଆରମ୍ଭ ହୋଇଥିବା ମା’ ଦୁର୍ଗାଙ୍କ ମୃଣ୍ମୟୀ ପୂଜା ବୁଧବାର ଉଦଯାପିତ ହୋଇଛି। ରାଜ୍ୟର ସହର ଓ ଗ୍ରାମାଞ୍ଚଳରେ ବି ମା’ଙ୍କୁ ଆବାହନ କରାଯାଇ ଆରାଧନା କରାଯାଉଥିଲା। ତେବେ ୩/୪ ଦିନ ଧରି ଲଘୁଚାପର ଲୁଚକାଳି ଖେଳ ବି ଏଥିରେ ବାଧା ସୃଷ୍ଟି କରିପାରିନଥିଲା। ଷଷ୍ଠୀ ସପ୍ତମୀକୁ ଛାଡ଼ିଦେଲେ ଅଷ୍ଟମୀଠାରୁ ଆରମ୍ଭ ହୋଇଯାଇଥିଲା ବର୍ଷା। ଦଶମୀ ପର୍ଯ୍ୟନ୍ତ ଛେଚିଥିଲା। ତଥାପି ମଣ୍ଡପଗୁଡିକରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଲାଗି ରହିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଏହି ଅବସରରେ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧି ଆପଣେଇଥିବା ଭୁବନେଶ୍ବର ଓ କଟକ ଦ୍ବୖତ ମହାନଗରୀରେ ୩ଦିନ ଧରି ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲେ ବି ପ୍ରାୟ ସବୁଠି ଫସର ଫାଟି ଯାଇଥିଲା। ଦୀର୍ଘ ଦୁଇବର୍ଷ ଧରି ମା’ଙ୍କୁ ଅପେକ୍ଷା କରିଥିବା ଭକ୍ତଙ୍କ ପାଇଁ ପୁଲିସର ସୁରକ୍ଷା ବ୍ୟବସ୍ଥା କାମ ଦେଇନଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡିଥିଲା। ଚଳିତବର୍ଷ ଭୁବନେଶ୍ବରର ୧୭୮ ପୂଜା ମଣ୍ଡପରେ ମା’ଙ୍କୁ ଆବାହନ କରାଯାଇଥିଲା। ଆକର୍ଷଣୀୟ ତୋରଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା।
Prameyanews.com, Odisha Bytesକିନ୍ତୁ ଶେଷ ଦିନ ଅର୍ଥାତ ବୁଧବାର ୪/୫ଟି ମଣ୍ଡପ ପକ୍ଷରୁ ଆୟୋଜିତ ହୋଇଥିଲା ରାବଣ ପୋଡି। ବରମୁଣ୍ଡା ଓ ନୂଆପଲ୍ଲୀ ରାବଣ ପୋଡ଼ି ଦେଖିବାକୁ ଅସଂଖ୍ୟ ଲୋକଙ୍କ ଭିଡ ହୋଇଥିଲା। ରାସ୍ତାଘାଟ ଏତେ ଜାମ ହୋଇଯାଇଥିଲା ଯେ, ବରମୁଣ୍ଡାରୁ ରସୁଲଗଡ ଆସିବାକୁ ଯେଉଁଠି ୧୫ରୁ ୨୦ ମିନିଟ ଲାଗେ ସେଠି ପ୍ରାୟ ଦେଢ଼ ଘଣ୍ଟା ଲାଗି ଯାଇଥିଲା। ବରମୁଣ୍ଡା ରାବଣ ପୋଡି ଦେଖିବାକୁ ଦୁର୍ଗାପୂଜା ପଡିଆ ଲୋକାରଣ୍ୟ ହୋଇପଡିଥିଲା। ଏଥି ସହିତ ଜାତୀୟ ରାଜପଥ ବି ଜାମ ହୋଇଯାଇଥିଲା। ଦିନ ତମାମ ପାଗ ଶୁଖିଲା ଥିବାରୁ ଲୋକେ ଦୁର୍ଗାପୂଜା ଉତ୍ସବର ମାହୋଲକୁ ମନଭରି ଉପଭୋଗ କରିଥିଲେ। ସନ୍ଧ୍ୟାରେ ପ୍ରକୃତିର ରୂପ ଅଲଗା ହୋଇଯାଇଥିଲା। ଅସରାଏ ବର୍ଷାରେ ସବୁ କିଛି ଫିକା କରି ଦେଇଥିଲା। ଏବେ ପ୍ରତ୍ୟେକ ପୂଜା ମଣ୍ଡପ ପକ୍ଷରୁ ଆରମ୍ଭ ହୋଇଯାଇଛି ମେଲାଣିର ପର୍ବ। ଭସାଣୀ ଉତ୍ସବକୁ କିଏ କିଭଳି ଜାକଜମକରେ ପାଳିବ ସେଥିନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ପୁଲିସ ପ୍ରଶାସନ ପକ୍ଷରୁ ଭସାଣୀ ଉତ୍ସବକୁ କଟକଣାର ସହ ପାଳନ କରିବାକୁ କୁହାଯାଇଛି। ଭସାଣିକୁ କିଭଳି ଶାନ୍ତିଶୃଙ୍ଖଳାର ସହ ପାଳନ କରାଯିବ ସେଥିନେଇ ଅଧିକ ପୁଲିସ ମୁତୟନ କରାଯିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/6-1.jpg)