ନୟାଗଡ଼: କଟନି ଛଟନିକୁ ବିରୋଧ କରି ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଦଶପଲ୍ଲା ସହର ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ। ଆଜି ସକାଳ ୧୦ଟାରୁ ବରିଷ୍ଠ ବିଜେପି ନେତା ରାଘବ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରାସ୍ତାରୋକ କରିଛନ୍ତି।
/sambad/media/post_attachments/wp-content/uploads/2023/01/b-d-1024x461.jpg)
ସେମାନେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ତ୍ରିନାଥ ବଜାର ଛକରେ ରାସ୍ତା ଅବରୋଧ କରିଛନ୍ତି। ଏହାଫଳରେ ଯାନବାହନ ଚଳାଚଳ ଠପ୍ ହୋଇଥିବାର ଖବର ମିଳିଛି। ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକିଥିବାର ଦେଖିବାକୁ ମିଳିଛି। ତେବେ ଏହି ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ଖୋଲା ରହିଛି। ଦଶପଲ୍ଲାରେ ଦୋକାନ ବଜାର ଅବଶ୍ୟ ସ୍ୱାଭାବିକ ଭାବେ ଖୋଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/b.jpg)