ବିଜେଡିରେ ମିଶିଲେ ଦଶପଲ୍ଲା ଏନ୍‌ଏସି ଅଧ୍ୟକ୍ଷା, କହିଲେ- ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଅନୁପ୍ରାଣିତ କରିଛି

ଭୁବନେଶ୍ବର/ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଅଧ୍ୟକ୍ଷା ଇଞ୍ଜିନିୟର ପୁନମ ପ୍ରିୟଦର୍ଶିନୀ ଆଜି ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ପୁନମଙ୍କୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ନୟାଗଡ଼ ବିଧାୟକ ଅରୁଣ ସାହୁ ସ୍ବାଗତ କରିଥିଲେ।

ବିଜେଡିରେ ଯୋଗଦେଲା ପରେ ପୁନମ ଗଣମାଧ୍ୟମକୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବହୁମତରେ ବିଜେଡି ସରକାର ଗଠନ କରିବ। ସମଗ୍ର ଦେଶରେ ବିକାଶ ପୁରୁଷ ଭାବରେ ଉଭା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ତୃଣମୂଳ ସ୍ତରରେ ବିଜେଡି ଦଶପଲ୍ଲାରେ ସଶକ୍ତ ହେବ। ରାଜ୍ୟ ଓ ଦଶପଲ୍ଲାରେ ବିଜେଡି ବିଜୟ ଧାରା ବହୁଗୁଣିତ କରିବ। ୨୦୨୨ରେ ସ୍ୱାଧୀନ ଭାବେ ଲଢ଼ି ଜିତିଥିଲି। କିନ୍ତୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ବିରୁଦ୍ଧରେ କେବେ ଯାଇନି। ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମିଶୁଛି। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଦଶପଲ୍ଲାକୁ ସାମିଲ କରିବା ପାଇଁ ଆସିଛି।

ସୂଚନାଯୋଗ୍ୟ, ପୁନମ ୨୦୨୨ରେ ପୌର ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ି ବିଜୟିନୀ ହୋଇଥିଲେ। ଉଚ୍ଚ ଶିକ୍ଷିତା ଓ ମହିଳା ସଶକ୍ତୀକରଣ ପାଇଁ ଜୀବନକୁ ଉତ୍ସାର୍ଗୀକୃତ କରିଛନ୍ତି।

ସମ୍ବନ୍ଧିତ ଖବର