ଆଜି ବିଜୟା ଦଶମୀ: ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନାରେ ସାରା ରାଜ୍ୟ ଉତ୍ସବମୁଖର, ଘରେ ଘରେ ଆନନ୍ଦର ବାତାବରଣ

ଭୁବନେଶ୍ବର: ଆଜି ବିଜୟା ଦଶମୀ । ଓଡ଼ିଶାର ଗଣପର୍ବ ଦଶହରାର ଅନ୍ତିମ ବିବସ। ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ବିଜୟା ଦଶମୀ । ଆଜି ମହିଷାସୁରକୁ ବଧ କରିବେ ଦେବୀ ଦୁର୍ଗା । ଏହି  ବିଜୟା ଦଶମୀ ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ମା’ସୀତାଙ୍କୁ ମଧ୍ୟ ମୁକ୍ତ କରିଥିଲେ।

ମା’ ଜଗତଜନନୀଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ବାତାବରଣ । ଘରେ ଘରେ ଲୋକେ ନୂଆ ଲୁଗା ପିନ୍ଧି ମା’ପୂଜା କରିବେ।  ପିଠାପଣାର ମହମହ ବାସରେ ପୂରି ଉଠିବ ଓଡ଼ିଆ ଘର। ଧନୀଠୁ ଗରିବ ସାଧ୍ୟ ମତେ ସଭିଏଁ ପାଳୁଛନ୍ତି ଦଶହରା।  ପୂଜା ମଣ୍ଡପରେ ମା’ ଜଗତଜନନୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ସୁନ୍ଦର ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ପୂଜା ମଣ୍ଡପରେ ମହାମାୟୀଙ୍କ ମୃଣ୍ମୟୀ ମୂର୍ତିକୁ ପୂଜା କରାଯାଉଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଛି  ମା’ଙ୍କ ପୂଜାର୍ଚ୍ଚନା । ସନ୍ଧ୍ୟା ବେଳେ ବିଭିନ୍ନ ପୂଜା ମଣ୍ଡପଗୁଡିକ ପକ୍ଷରୁ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଏହାପରେ ଅନୁଷ୍ଠିତ ହେବ ରାବଣ ପୋଡ଼ି। ବିଜୟା ଦଶମୀ ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ମା’ସୀତାଙ୍କୁ ମୁକ୍ତ କରିଥିଲେ।

ଆଜି ଅଧିକାଂଶ ପୂଜା ମଣ୍ଡପରେ ଭଜନ ସନ୍ଧ୍ୟା ଓ ମେଲୋଡି କାର୍ଯ୍ୟକ୍ରମ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବ । ମଣ୍ଡପ ସହ ଘରେ ଘରେ ଦୁର୍ଗତିନାଶିନୀଙ୍କ ପୂଜାର୍ଚ୍ଚନା କରାଯିବ ।  ଏଥଇସହ ଦଶହରା ପାଇଁ ଜମିଛି ପିଠାପଣାର ଆସର ।  ଅସତ୍ୟ ଉପରେ ସତ୍ୟର ବିଜୟକୁୁ ସମଗ୍ର ଦେଶରେ ଆଜି ବିଜୟାଦଶମୀ ଭାବେ ପାଳନ କରାଯାଉଛି । ବିଜୟାଦଶମୀରେ ପାପ, ଅହଂକାର, ଅସତ୍ୟର ପ୍ରତିକ ସ୍ୱରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ । ଏଥିପାଇଁ ରାଜ୍ୟର ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡି ପାଇଁ ଆୟୋଜକଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ସମ୍ବନ୍ଧିତ ଖବର