କାଳିଆ ଦର୍ଶନ ଅପେକ୍ଷାରେ ଦାସୀ ଲୀଲାବତୀ

ବାଲେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ପରମ୍ପରା ସହ ଓଡ଼ିଆ ସଂସ୍କୃତି, ପରମ୍ପରା ଓତଃପ୍ରୋତ ଭାବେ ଜଡ଼ିତ। ଏଥିରେ ନିଜକୁ ଓ ଭଗବାନଙ୍କୁ ଜାଣିବାର ଅବକାଶ ତ ମିଳେ, ତତ୍‌ସହିତ ଭଗବତ ସେବାରେ ନିଜକୁ ସମର୍ପଣ କରିବାର ଭାବନା ମଧ୍ୟ ଉଦ୍ରେକ ହୋଇଥାଏ। ‌ଯେଉଁମାନେ ଭାବନ୍ତି ବଡ଼ ଚାକିରି କରିବି, ବିଦେଶକୁ ଯିବି, ଗାଡ଼ି, ଘର ସହ ଅମାପ ଧନସଂପତ୍ତିର ମାଲିକ ହେବି; ସେ ଭାବନା କ୍ଷଣଭଙ୍ଗୁର। ଏସବୁ କେବଳ ଆମ ଇନ୍ଦ୍ରିୟ ସୁଖ ପାଇଁ। ଭଗବାନଙ୍କ ନାମ ନେବାରେ ପ୍ରକୃତ ସୁଖ ଓ ଆନନ୍ଦ ମିଳିଥାଏ। ଜୀବନର ମୂଲ୍ୟ ତଥା ଜଗନ୍ନାଥ ସଂସ୍କୃତିକୁ ନେଇ ଏମିତି ମର୍ମସ୍ପର୍ଶୀ ଅନୁଭୂତି ବଖାଣିଛନ୍ତି କାଳିଆ ଠାକୁରଙ୍କ ବିଦେଶିନୀ ଭକ୍ତ ଦାସୀ ଲୀଲାବତୀ।

ଲୀଳାବତୀଙ୍କ ଘର ୟୁରୋପରେ। ବିଦେଶିନୀ ହୋଇଥିଲେ ମଧ୍ୟ ସନାତନ ଧର୍ମରେ ଅନୁପ୍ରାଣିତ ହୋଇ ୧୦ ବର୍ଷ ହେଲା ସେ ନିଜ ଘର ତଥା ଦେଶ ଛାଡ଼ି ଭାରତ ପଳାଇ ଆସିଛନ୍ତି। ବର୍ଷତମାମ୍‌ ଦେଶର କୋଣ, ଅନୁକୋଣ ବୁଲି ଶ୍ରୀକୃଷ୍ଣ ଲୀଳା ପ୍ରଚାର କରୁଛନ୍ତି। ବାଲେଶ୍ବର ଆସିଥିବା ବେଳେ ଖନ୍ତ‌ାପଡ଼ା ନିକଟସ୍ଥ ରାଧାମାଧବ ଗୌଡ଼ୀୟ ମଠରେ ଅଟକି ଯାଇଛନ୍ତି ଲୀଲାବତୀ। ଏବେ ମନରେ ତାଙ୍କର ଗୋଟିଏ ଇଚ୍ଛା ଓ ଆଶା- କାଳିଆ ସାଆନ୍ତଙ୍କ ଦର୍ଶନଲାଭ କରିବେ। ପ୍ରତିବର୍ଷ ରଥଯାତ୍ରା ସମୟରେ ସେ ନିଜ ଗୁରୁ ମହାରାଜଙ୍କ ସହ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥାନ୍ତି। ହେଲେ କରୋନା ମହାମାରୀ ପାଇଁ ସେ ଦୁଇବର୍ଷ ହେ‌ଲା ଏଠାରେ ଅଟକି ଯାଇଥିବା ବେଳେ ଦିନରାତି ଶ୍ରୀଜଗନ୍ନାଥଙ୍କ ଭଜନକୀର୍ତ୍ତନରେ ସେ ମଜି ଯାଇଛନ୍ତି।

ସମ୍ବନ୍ଧିତ ଖବର