ନୟାଗଡ଼: ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଥାନା ଅଞ୍ଚଳରୁ ବାଘ ଓ ହରିଣ ଛାଲ ବେପାର କରୁଥିବା ଦୁଇ ବ୍ୟବସାୟୀଙ୍କୁ ଏସଟିଏଫ୍ ଗିରଫ କରିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଗିରିପୁଜା ଜଙ୍ଗଲରେ ଚଢ଼ାଉ କରିଥିଲା। ଏଠାରେ ବାଘ ଓ ହରିଣ ଛାଲ ବିକ୍ରୟ ନେଇ ମୁଲଚାଲ ଚାଲିଥିବା ବେଳେ ଏସଟିଏଫ୍ ସାକେଣୀ ଗ୍ରାମର ପ୍ରତାପ କୁମାର ନାୟକ ଓ ଦେଢ଼ସର ଗ୍ରାମର କିଶୋର ଚନ୍ଦ୍ର ଦେହୁରୀ ନାମକ ଦୁଇ ବ୍ୟବସାୟୀଙ୍କୁ ଉଠାଇ ନେଇଥିଲା। ଉଭୟଙ୍କ ଘର ଦଶପଲ୍ଲା ଥାନା ଅଞ୍ଚଳରେ । ଏମାନଙ୍କ ନିକଟରୁ ଦୁଇଟି କଲରା ପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରାଯାଇଛି।
ଏମାନେ କେଉଁଠୁ ଏହି ଛାଲ ଆଣିଥିଲେ, କେଉଁଠାକୁ ଚାଲାଣ କରୁଥିଲେ, ସେ ସବୁର ଏସଟିଏଫ୍ ତଦନ୍ତ କରୁଛି। ଏଥିନେଇ ଏସଟିଏଫ୍ ଏକ ମାମଲା ରୁଜ୍ଜୁ କରିଥିବା ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/Two-Arrested-on-Smuggling-on-Leather_Thumbnail-1.jpg)