ରାଇରଙ୍ଗପୁର: ଓଡ଼ିଶା ସରକାରଙ୍କ ଶିକ୍ଷା ନିର୍ଦ୍ଦେଶକଙ୍କ ଆଦେଶ ଅନୁସାରେ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲା ଓ ଷଢେଇକଳା ଖରସୁଆଁ ଜିଲ୍ଲାରେ ଥିବା ଓଡ଼ିଆ ମାଧ୍ୟମ ସ୍କୁଲର ସ୍ଥିତି ଉପରେ ରିପୋର୍ଟ ସଂଗ୍ରହ କରାଯାଇଛି। କେନ୍ଦୁଝର ଜିଲ୍ଲାର  ଶିକ୍ଷା ଅଧିକାରୀ  ଶ୍ରୀକାନ୍ତ କୁମାର ଜେନା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରମେଶ୍ବର ମହାନ୍ତ, ଜିଲ୍ଲା ବିଜ୍ଞାନ ନିରିକ୍ଷକ କେନ୍ଦୁଝର ବିରଞ୍ଚି ନାରାୟଣ ଶତପଥୀ,ଯୋଡ଼ା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଏହି ଟିମ୍‌ରେ ସାମିଲ ଥିଲେ। 

Advertisment

ଦେଓଗାଁ ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ , କୋଲଚକଡା ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ , ଦେଓଗାଁ(କେନ୍ଦୋ ) ଆଦର୍ଶ ମଧ୍ୟ ବିଦ୍ୟାଳୟ ,ବସ୍ତି ଓଡ଼ିଆ ମଧ୍ୟ ବିଦ୍ୟାଳୟ ପୁରୁଣା,ଜୋଳ ଉତକ୍ରମିକ ମଧ୍ୟ ବିଦ୍ୟାଳୟ ପ୍ରଭୃତି ଓଡ଼ିଆ ସ୍କଲରେ  ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି। ଏହି ସବୁ ବିଦ୍ୟାଳୟର ଓଡ଼ିଆ ଛାତ୍ରଛାତ୍ରୀମାନେ କିପରି ଭାବେ ଓଡ଼ିଆ ମାତୃଭାଷା ପଢି ଲେଖି ପରୀକ୍ଷା ଦେଉଛନ୍ତି ।

ଓଡିଶା ସରକାରଙ୍କ ପକ୍ଷରୁ ଓଡ଼ିଆ ଶିକ୍ଷା କର୍ମୀମାନଙ୍କୁ ଆର୍ଥିକ ଅନୁଦାନ କିପରି ମିଳେ, ଉତ୍କଳ ସମ୍ମିଳନୀ ଓଡିଆ ଶିକ୍ଷାକର୍ମୀ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଛାତ୍ରଛାତ୍ରୀମାନଙ୍କ ଓ ତାଙ୍କ ଅଭିଭାବକଙ୍କ ଠାରୁ ଓଡିଆ ଶିକ୍ଷା ବିଷୟରେ ସମସ୍ତ ବିଷୟ ବୁଝି ଓଡ଼ିଆ ଶିକ୍ଷା କିପରି ଅଧିକ ଭାବେ ପ୍ରତ୍ୟେକ ଛାତ୍ରଛାତ୍ରୀ ଅଧ୍ୟୟନ କରିବେ ଏ ବିଷୟରେ ପରାମର୍ଶ ଦେଇଥିଲେ। ଉତ୍କଳ ସମ୍ମିଳନୀ ଶିକ୍ଷୟିତ୍ରୀମାନଙ୍କ ସହିତ ଶିକ୍ଷା ପରିଦର୍ଶକ ସରୋଜ ପ୍ରଧାନଙ୍କ ଉପସ୍ଥିତିରେ ସମସ୍ତ ଅଧିକାରୀ ମାନେ ବିଦ୍ୟାଳୟର ରିପୋର୍ଟ ସଂଗ୍ରହ କରିଥିଲେ। 

ସେହିପରି ଷଢ଼େଇକଳା ଖରସୁଆଁ ଜିଲ୍ଲାକୁ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାମଲ,ଯୋଡ଼ା ବ୍ଲକ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଁସଦା \ଓ ବଡ଼ବିଲ, ମାନସ ଦାଶ , ତୁଳସୀ ଦାସ ମହାନ୍ତ ପ୍ରମୁଖ ଶିକ୍ଷା ଅଧିକାରୀ ବୁଢ଼ୀତୋପା ଉତକ୍ରମିକ ମଧ୍ୟ ବିଦ୍ୟାଳୟ ,ପଦମପୁର ଉତକ୍ରମିକ ମଧ୍ୟ ବିଦ୍ୟାଳୟ , ଖରସୁଆଁ ଆଦର୍ଶ ମଧ୍ୟ ବିଦ୍ୟାଳୟ , ଷଢ଼େଇକଳା ନଗର ପାଳିକା ଓଡ଼ିଆ ମଧ୍ୟ ବିଦ୍ୟାଳୟ ,ଟାଙ୍ଗରାଣୀ ଉତକ୍ରମିକ ମଧ୍ୟ ବିଦ୍ୟାଳୟ ପ୍ରଭୃତି ସ୍କୁଲକୁ ପରିଦର୍ଶନ କରି ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ଓଡିଆ ଶିକ୍ଷାର ରିପୋର୍ଟ ସଂଗ୍ରହ କରିଥିଲେ ଏଥିରେ ଉତ୍କଳ ସମ୍ମିଳନୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଉତ୍କଳ ସମ୍ମିଳନୀ ଷଢୈକଳା ଖରସୁଆଁର ଜିଲ୍ଲା ଶାଖା ସଭାପତି ସୁମନ୍ତ ଚନ୍ଦ୍ର ମହାନ୍ତି, ଉପସଭାପତି ବିରଜା ପତି,ସାଧାରଣ ସଂପାଦକ ଅଜୟ ପ୍ରଧାନ, ସଂପାଦକ ସପନ ମଣ୍ଡଳ,ଉତ୍କଳ ସମ୍ମିଳନୀ ଜିଲ୍ଲା ଶିକ୍ଷା ପରିଦର୍ଶକ ସୁଶୀଲ କୁମାର ଷଡ଼ଙ୍ଗୀ ପ୍ରମୁଖ ସାମିଲ ଥିଲେ ।

 Mayurbhanj