ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷରେ ଯୁକ୍ତ୨ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ରୋମ୍(ରିଟର୍ଣ୍ଣ ଅଫ୍ ମାଟ୍ରିକୁଲେସନ୍) ଦାଖଲ ସମୟସୀମାକୁ ବୃଦ୍ଧି କରାଯାଇଛି। ଏଥିସହ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ନଆସି କଲେଜଗୁଡ଼ିକ ମେ' ୩୧ ପର୍ଯ୍ୟନ୍ତ ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ଡକ୍ୟୁମେଣ୍ଟ ପଠାଇବାକୁ କୁହାଯାଇଛି। ପରିଷଦ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ଆଜି ଏନେଇ ସମସ୍ତ ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି କହିଛନ୍ତି ଯେ ଆସନ୍ତା ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଲକ୍ଡାଉନ୍ ହେବାକୁ ଥିବାରୁ ପରିବହନ ସେବା ପ୍ରଭାବିତ ହେବ। ତେଣୁ ସ୍କୁଲ କର୍ତ୍ତୃପକ୍ଷମାନେ ଯୁକ୍ତ୨ ପରିଷଦକୁ ଆସିବା ସମ୍ଭବପର ହେବ ନାହିଁ। ତେଣୁ ରୋମ୍ଗୁଡ଼ିକୁ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ନ ହେଲେ ଜୋନାଲ ଅଫିସ୍କୁ ପଠାଇ ପାରିବେ। ବର୍ତ୍ତମାନ ସମୟରେ ପରିଷଦ କାର୍ଯ୍ୟାଳୟକୁ ଆସିବାର କୌଣସି ଆବଶ୍ୟକତା ନାହିଁ। ସମସ୍ତ ଡକ୍ୟୁମେଣ୍ଟ ଯଥା ଫି', ବିଲ୍, ଭାଉଚର୍, ଷ୍ଟେଟ୍ମେଣ୍ଟ, ୟୁସି(ବିନିଯୋଗ ପ୍ରମାଣପତ୍ର) ଆଦିକୁ ପରିଷଦ ନିକଟକରେ ଦାଖଲ କରିବେ। ଫଳରେ ଛାତ୍ରଛାତ୍ରୀ ଭବିଷ୍ୟତରେ ଆଉ ଅସୁବିଧା ସମ୍ମୁଖୀନ ହେବେ ନାହିଁ।
ଶିକ୍ଷକ ଶିକ୍ଷା ତାଲିମ ପ୍ରତିଷ୍ଠାନରେ ଗ୍ରୀଷ୍ମ ଛୁଟି
ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଟିଇ ଆଣ୍ଡ ଏସ୍ସିଇଆରଟି ଦ୍ବାରା ପରିଚାଳିତ ଶିକ୍ଷକ ଶିକ୍ଷା ତାଲିମ ପ୍ରତିଷ୍ଠାନଗୁଡ଼ିକ ଆଜିଠୁ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଛି। ମେ' ୩ରୁ ଜୁନ୍ ୧୭ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ତାଲିମ ପ୍ରତିଷ୍ଠାନ ଯଥା ଡିଆଇଇଟି, ବିଆଇଇଟି, ସିଟିଇ, ଆଇଏଏସ୍ଇ, ଟ୍ରେନିଂ କଲେଜ ବନ୍ଦ ରହିବ। ଜୁନ୍ ୧୮ତାରିଖରେ ପୁଣି ଥରେ ଖୋଲିବ। ତେଣୁ ଏ ଦିଗରେ ପଦକ୍ଷେପ ନେବାକୁ ସମସ୍ତ ତାଲିମ୍ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Plus-two-admission-640x330.jpg)