ଆନନ୍ଦପୁର : କେନ୍ଦୁଝର କୋଭିଡ଼ ହସପିଟାଲରେ ବାପାର ମୃତ୍ୟୁ ଖବର ପାଇ ମ୍ରିୟମାଣ ବିବାହିତ ଝିଅ ଆତ୍ମହତ୍ୟା କରିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଆନନ୍ଦପୁର ପୌରାଞ୍ଚଳ ୨ନମ୍ବର ୱାର୍ଡ଼ ପଦ୍ମପୁରର ତଳସାହିରେ। ପଦ୍ମପୁରର ବସ୍ମାଲିକ ବୀରକିଶୋର ସାହୁ ଅସୁସ୍ଥ ହେବାରୁ ତାଙ୍କୁ କେନ୍ଦୁଝର କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ଦିନ ୧୧ଟାବେଳେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ସେଠାରେ ପହଞ୍ଚି କେନ୍ଦୁଝରରେ ତାଙ୍କର ଶବ ସତ୍କାରରେ ସାମିଲ ହୋଇଥିଲେ। ଏପଟେ ଘରେ ରହୁଥିବା ବିବାହିତା ଝିଅ ଚନ୍ଦନା ସାହୁ(୩୮) ବାପାଙ୍କ ମୃତ୍ୟୁ ଖବର ପାଇ ଭାଙ୍ଗି ପଡ଼ିଥିଲେ ଏବଂ ଆଜି ଭୋରରୁ ନିଜ ଘରେ ଆତ୍ମହତ୍ୟା କରିଥିଲେ। ବାପାଙ୍କ ମୃତ୍ୟୁ ପରେ ଦୁଃଖରେ ମାନସିକ ଭାରସାମ୍ୟ ହରାଇ ଚନ୍ଦନା ଆତ୍ମହତ୍ୟା କରିଥିବା କୁହାଯାଉଛି। ଆନନ୍ଦପୁର ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହକୁ ଉପଖଣ୍ତ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି।
ଆନନ୍ଦପୁର : ବାପାଙ୍କ ମୃତ୍ୟୁରେ ମ୍ରିୟମାଣ ଝିଅର ଆତ୍ମହତ୍ୟା
/sambad/media/post_attachments/wp-content/uploads/2020/07/dead-East-ldho-news-1-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)