ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଘୁନସର ପଞ୍ଚାୟତ ଠୁରନିକାନି ଗ୍ରାମ୍ୟ ଜଙ୍ଗଲରୁ ଗତ ୨୫ ତାରିଖ ଦିନ ରତନୀ ରଣା(୫୫) ନାମ୍ନୀ ଜଣେ ମହିଳାଙ୍କ ଦରପୋଡ଼ା ଶବ ମିଳିଥିଲା। ତିନିଦିନର ତଦନ୍ତ ପରେ ପୁଲିସ ଘଟଣାର ପର୍ଦ୍ଦାଫାସ କରିଛି। ବୋହୂର ପରକୀୟା ପ୍ରୀତିକୁ ବିରୋଧ କରିବାକୁ ଶାଶୂଙ୍କୁ ହତ୍ୟା କରାଯାଇଥିବା ପୁଲିସ ତଦନ୍ତରୁ ଜାଣିପାରିଛି। ଏହି ଘଟଣାରେ ରତନୀଙ୍କ ବୋହୂ ନିରୁପମା ରଣା (୩୦) ଓ ପ୍ରେମିକ ଡୁଲେଶ୍ବର ରଣା ଓରଫ ରୁନୁ (୨୦) ଙ୍କୁ ପୁଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଟିଟିଲାଗଡ଼ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ଜଙ୍ଗଲରୁ ମହିଳାଙ୍କ ଦରପୋଡ଼ା ଶବ ଉଦ୍ଧାର ଘଟଣା: ପ୍ରେମିକ ସହ ବୋହୂ ଗିରଫ
/sambad/media/post_attachments/wp-content/uploads/2022/08/arrest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)