ମାଲକାନଗିରି: ବାପାଙ୍କ ଉପରେ ନକ୍ସଲ ଆକ୍ରମଣ କରୁଥିବା ବେଳେ ଝିଅ ବଞ୍ଚାଇଲା ବାପାଙ୍କ ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣପରୁ ଜିଲ୍ଲାର ଝରାଗାଁରେ। ଗତକାଲି ରାତି ପ୍ରାୟ ୭ଟା ବାଜିବ। ୪ଟି ବାଇକରେ ନକ୍ସଲମାନେ ଝରାଗାଁରେ ପହଞ୍ଚିଥିଲେ। ନକ୍ସଲ ଝରାଗାଁର ଭୀମା କୋର୍ରାମଙ୍କୁ ଖୋଜିଥିଲେ। ଏହି ସମୟରେ ଝିଅ ସୁଶିଳା କିନ୍ତୁ ନକ୍ସଲଙ୍କୁ ଗାଁରୁ ଚକମା ଦେଇ ଫେରାଇ ଦେଇଥିଲା। କିନ୍ତୁ ପୁଣି ଯେତେବେଳେ ସୁଶିଳା ନିଜ ଘରର ତାଲା ପକାଉଥିଲା। ସେହି ସମୟରେ ବାପା ବାହାରେ ଛିଡ଼ା ହୋଇଥିଲେ। ନକ୍ସଲ ପୁଣି ପହଞ୍ଚି ବାପାଙ୍କ ଉପରେ ଆକ୍ରମଣ କରିଥିଲେ। ଏକ କୋଦାଳରେ ବାପା ଭୀମାଙ୍କ ଉପରେ ନକ୍ସଲ ଆକ୍ରମଣ କରିଥିଲେ। ଭୀମା ତଳେ ପଡ଼ିଯିବା ପରେ ପୁଣି ତାଂକ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ବେଳେ ସୁଶିଳା ବାପାଙ୍କୁ ରକ୍ଷା କରିବା ପାଇଁ ଆଗେଇ ଆସିଥିଲେ। ନକ୍ସଲଙ୍କ ହାତରୁ କୋଦାଳ ଛଡାଇ ନେଇ ଫିଙ୍ଗି ଦେବା ସହ ଜୋରରେ ଚିତ୍କାର କରିଥିଲା।

Advertisment

ପାଟି ଶୁଣି ଗାଁର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ଲୋକ ଆସୁଥିବା ଦେଖି ନକ୍ସଲ ସେଠାରୁ ଖସି ପଳାଇଥିଲେ।୪ଟି ବାଇକ୍‌ରେ ୮ ଜଣ ମୁହଁରେ ମୁଖା ପନ୍ଧିବା ସହ କଳା ରଂଗର ବର୍ଷାତି ପିନ୍ଧିଥିବା ଝିଅ ସୁଶିଳା ପ୍ରକାଶ କରିଥିଲା। ସମସ୍ତଙ୍କ ହାତରେ ଧାରୁଆ ଅସ୍ତ୍ର ସହ ବନ୍ଧୁକ ରହିଥିଲା। କିନ୍ତୁ ସୁଶିଳା ନକ୍ସଲଙ୍କର ବନ୍ଧୁକ ଓ ଅସ୍ତ୍ର ଦେଖି ଡରିନଥିଲେ। ବୀରତ୍ବର ସହ ଲଢେଇ କରି ବାପାଙ୍କୁ ନକ୍ସଲ କବଳରୁ ମୁକ୍ତ କରିଥିଲା। ଭୀମା ଗୁରୁତର ଅବସ୍ଥାରେ ନାରାୟଣପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୁଶିଳାର ବୟସ ମାତ୍ର ୧୭ ବର୍ଷ। କିନ୍ତୁ ସେ ଜଣେ ଦକ୍ଷ ଲଢୁଆଳି ଭଳି ଲଢି ନକ୍ସଲଙ୍କୁ ହରାଇଥିଲେ। ଯାହାକୁ ପରିବାର ଲୋକେ ଏବଂ ଗ୍ରାମବାସୀ ପ୍ରଶଂସା କରିଥିଲେ। ନକ୍ସଲ ପୁଲିସ ଇନଫର୍ମର ସଂଦେହରେ ହୁଏତ ଭୀମାକୁ ହତ୍ୟା କରିବା ପାଇଁ ଆସିଥିଲେ ବୋଲି କୁହାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।