ବ୍ରଜରାଜନଗର: ନିଜର ନିଷ୍ଠା ନକଟରେ ସବୁ ସମୟରେ ଗରିବୀକୁ ହାର ମାନିବାକୁ ପଡିଥାଏ। ବାପ ହାଟକୁ ହାଟ ସାଇକେଲରେ ଲଙ୍କା ବିକ୍ରି କରୁଥିଲେ ମଧ୍ୟ ଝିଅ ନିଟରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବା ଘଟଣା ସମସ୍ତଙ୍କ ପାଇଁ ଏକ ପ୍ରେରଣା ଦେଇଛି। ଏହି ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ରେଙ୍ଗାଲି ଗ୍ରାମରେ। ଦିଲ୍ଲୀପ ସାହୁ ହାଟକୁ ହାଟ ବୁଲି ଲଙ୍କା ଓ ଅଦା ବିକ୍ରିକରି ପରିବାର ପ୍ରତିପୋଷଣ କରନ୍ତି । ତାଙ୍କ ଝିଅ ରିମାରଣୀ ସାହୁ ୨୦୧୫ ମସିହାରେ ଦେବକିଦେବୀ ବାଳିକା ହାଇସ୍କୁଲ ରେ ମାଟ୍ରିକ ପରୀକ୍ଷାଦେଇ ୮୬.୮୩ ପ୍ରତିଶତ ମାର୍କ ରଖି ପାସ କରିବା ପରେ ଯୁକ୍ତ ଦୁଇ ଗଙ୍ଗାଧର ମେହେର ଜୁନିୟର କଲେଜରୁ ୨୦୧୭ରେ ୭୫.୫ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।
/sambad/media/post_attachments/wp-content/uploads/2020/10/Untitled-2-1.jpg)
ସେ ସମ୍ବଲପୁରରେ ଯୁକ୍ତ ଦୁଇ ପଢିବା ସମୟରେ ଇନଷ୍ଟିଚୁଟ ଅଫ ବେସିକ ସାଇନ୍ସରେ ହଷ୍ଟେଲରେ ରହିବା ସହିତ ପରବର୍ତ୍ତୀ ସମୟରେ ସେଠାରେ ରହି ନିଟ ପାଇଁ ପ୍ରସ୍ତୁତି କରୁଥିଲେ। ଶେଷ ବର୍ଷ ଆଇ ବି ଏସରେ ପ୍ରସ୍ତୁତି କରିବା ସମୟରେ ନିର୍ଦେଶକ ସହାୟତା କରିଥିବା ସେ ପ୍ରକାଶ କରିଛନ୍ତି। ସେ ନିଟରେ ସର୍ବଭାରତୀୟ ରେକିଂରେ ୭୫୫୫ ରଖିଥିବା ସମୟରେ ପରୀକ୍ଷାରେ ୭୨୦ ମାର୍କରୁ ୬୩୩ ମାର୍କ ରଖିଛନ୍ତି। ନିଜର ସଫଳତାରେ ବାପା ମାଙ୍କ ଆଶୀର୍ବାଦ ଓ ଆଇ ବି ଏଫର ଉନ୍ନତ ମାନର କୋଚିଂ ସାହାଯ୍ୟ କରିଥିବା କହିଛନ୍ତି। ଏହାର ନିର୍ଦେଶକ ଗୁପ୍ତେଶ୍ଵର ମେହେରଙ୍କର ସହଯୋଗ ତାଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ। ନିଜର ସଫଳତା ପାଇଁ ପାଠ ପଢ଼ିବାର ଇଛାଶକ୍ତି ଓ ଏକାଗ୍ରତାର ଆବଶ୍ୟକ ବୋଲି ରିମା କହିଛନ୍ତି। ଓଡିଶାରେ ମେଡ଼ିକାଲ ପଢିବାକୁ ଇଛା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Poor-Familys-Girl-Got-Ranked-in-NEET_Thumbnail.jpg)