ରାଇରଙ୍ଗପୁର : ଆସନ୍ତା ୨୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ଝିଅ ଇତିଶ୍ରୀ, ଭାଇ ତରଣୀସେନ ଟୁଡୁ ଓ ଭାଉଜ ସାକ୍ରମଣି ଟୁଡୁ ଯୋଗଦେବେ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି। ଝିଅ ଇତିଶ୍ରୀ ଦିଲ୍ଲୀଠାରେ ରହିଥିବାବେଳେ ଭାଇଭାଉଜ ୨୫ ତାରିଖ ଅପରାହ୍ନରେ ବିମାନ ଯୋଗେ ଦିଲ୍ଲୀ ଯିବେ ବୋଲି ସୂଚନା ମିଳିଛି। ସେହିପରି ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ବିଜେପି କାର୍ଯ୍ୟକର୍ତ୍ତା ବିକାଶ ମହାନ୍ତ, ସୁନ୍ଦରମୋହନ ମହାନ୍ତ, ମନୋଜ ଦାସ, ଶିବକୁମାର ଅଗ୍ରୱାଲ, ଇଶାନ ମିଶ୍ର ପ୍ରମୁଖ ଆସନ୍ତାକାଲି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ବିଜୟୀ ହେବା ପରେ ସମଗ୍ର ରାଇରଙ୍ଗପୁର ସହର ଉତ୍ସବମୁଖର ହୋଇଉଠିଛି। ଗତକାଲି ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜୟ ଉତ୍ସବ ପାଳନ କରିଥିଲେ ଅଞ୍ଚଳବାସୀ। ଆଜି ମଧ୍ୟ ବିଜେପି ପକ୍ଷରୁ ରାଇରଙ୍ଗପୁରସ୍ଥିତ ଦ୍ରୌପଦୀ ମୁର୍ମୁଙ୍କ ବାସଭବନ ସମ୍ମୁଖରୁ ଶୋଭାଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। ଆଦିବାସୀମାନେ ପାରମ୍ପରିକ ପୋଷାକ ପରିଧାନ କରି ବାଜାବାଣ, ରୋଷଣୀ, ନାଚଗୀତରେ ଦ୍ରୌପଦୀଙ୍କର ଶୁଭ ମନାସିଥିଲେ। ସହର ପରିକ୍ରମା ସମୟରେ ଅଲ୍‌ଚିକି ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ, ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ, ଶ୍ୟାମାପଦ ମୁଖାର୍ଜୀ ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଶୋଭାଯାତ୍ରାରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ବିଜେପି କାର୍ଯ୍ୟକର୍ତ୍ତା ବାପି ଦାସ, ମନୋଜ ଦାସ, ବିକାଶ ମହାନ୍ତ, ଶିବ ସାହୁ, ସଞ୍ଜୟ ସାହୁ, ସଞ୍ଜୀବ ମହାନ୍ତି, ସରୋଜ ମହାନ୍ତ, ରଜକ, ଇଶାନ ମିଶ୍ର, ପ୍ରଦୀପ ରାଉତ, ଆଲୋକ ମହାନ୍ତ, କମଳାକାନ୍ତ ନାୟକ, ଅମଦ ମହାନ୍ତ, ମାଧବ ମହାପାତ୍ର, ଶଶାଙ୍କ କୁମାର, ମହିଳାମୋର୍ଚ୍ଚା ସଭାପତି ବିଜୟଲକ୍ଷ୍ମୀ ମହାନ୍ତ, ମିଥିଳା ଟୁଡୁ, କଳ୍ପନା ମହାନ୍ତ, ରଞ୍ଜିତା ମହାନ୍ତ, ସବିତା ବାରିକ, ଶୁଭଶ୍ରୀ ବାରିକ, ରାନୀ ମଣ୍ଡଳ, ମୀନା ମହାନ୍ତି, ରଞ୍ଜିତା କୈଲିୟାର ମହାନ୍ତ, ନିରୁପମା ଟୁଡୁଙ୍କ ସମେତ ଶତାଧିକ କର୍ମୀ ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ।