ବ୍ରଜରାଜନଗର : ଦଶମ ଶ୍ରେଣୀ ପରୀକ୍ଷା ଶେଷ ହେବାର ଦିନକ ପରେ ଡିଏଭି ସ୍କୁଲ ଛାତ୍ର ପ୍ରିନ୍ସି କୁମାର ସିଂ(୧୫) ବୁଧବାର ଅପରାହ୍ଣରେ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହିଲ୍ଟପ କଲୋନି ଏମ୍କ୍ୟୁ ୧୯ ନମ୍ବର କ୍ୱାର୍ଟର୍ସରେ ରୁହେ। ଅପରାହ୍ଣରେ ଶୋଇବା ଘର ବନ୍ଦ ଥିବାରୁ ପରିବାର ଲୋକ ସନ୍ଦେହ କରିଥିଲେ। ଡାକିବା ପରେ ମଧ୍ୟ କବାଟ ଖୋଲି ନଥିଲା। ଶେଷରେ ଶୋଇବା ଘର କବାଟ ଭାଙ୍ଗି ଭିତରକୁ ପଶିବା ପରେ ପ୍ରିନ୍ସ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିବା ଜଣା ପଡ଼ିଥିଲା।
ଖବରପାଇ ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅଧିକାରୀ ପ୍ରକାଶ ଦଳାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅନୁସନ୍ଧାନ କରୁଛି। ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/suicide-aa.jpg)