ଆତ୍ମହତ୍ୟା କରିଥିବା ଡିଏଭି ଛାତ୍ରୀଙ୍କ ପିତା-ମାତା ଆଣିଲେ ଅଭିଯୋଗ, ଆଇଏଏସ ଅଫିସରଙ୍କ ଝିଅ ତାନିଆଙ୍କୁ କରୁଥିଲା ହଇରାଣ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍‌- ୮ ଆଠନମ୍ବର ଡିଏଭି ସ୍କୁଲ ହଷ୍ଟେଲରେ ଛାତ୍ରୀ ଆତ୍ମହତ୍ୟା ମାମଲା ନୂଆମୋଡ ନେଇଛି। ମୃତ ଛାତ୍ରୀ ତାନିଆ ବାନାର୍ଜିଙ୍କ ମାଆ ବୁଧବାର ଏକ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ତାନିଆକୁ ଆଇଏଏସ ଅଫିସରଙ୍କ ଝିଅ ଅତ୍ୟଧିକ ଚାପ ପକାଉଥିଲା। ତେଣୁ ମାମଲାକୁ ଚପାଇ ଦେବା ପାଇଁ ସମ୍ପୃକ୍ତ ଆଇଏଏସ ଅଫିସର ଚାପ ପକାଉଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ୟୁନିଟ୍‌- ୮ ଡିଏଭି ସ୍କୁଲ ହଷ୍ଟେଲରୁ ଛାତ୍ରୀ ତାନିଆଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ପୁଲିସ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିବା କରିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା, ଫଳରେ ଛାତ୍ରୀ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି। ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ପୁଲିସ ୩୦୬ ଧାରାରେ ମାମଲା ରୁଜୁ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଡିଏଭି ସ୍କୁଲ ପରିସରରେ ଥିବା ଛାତ୍ରୀନିବାସରେ ରହୁଥିବା ତନିଆ ବାନାର୍ଜୀଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ରାତିରେ ସମସ୍ତେ ଶୋଇପଡିବା ପରେ ଛାତ୍ରୀ ଜଣକ ଫ୍ୟାନରେ ଓଢ଼ଣୀ ସହାୟତାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ତେବେ ଛାତ୍ରୀ ଜଣକୁ ସିନିଅର ଛାତ୍ରୀମାନେ ମାନସିକ ର୍ନିଯାତନା ଦେଉଥିଲେ । ଲିପଷ୍ଟିକ ଓ ପାଉଡର ପାଇଁ ଛାତ୍ରୀମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝିଅକୁ ଚୋର କହି କିଛି ଝିଅ ରୁମ ଭିତରେ ପଶି ତାକୁ ମାରପିଟ କରିଥିବା ତାନିଆ ତାଙ୍କ ମା’ଙ୍କୁ ଜଣାଇଥିଲେ ବୋଲି ଜଣାପଡ଼ିଥିଲା।

ତେବେ ତାନିଆଙ୍କ ମା’ ତାଙ୍କ ଝିଅକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଉଛି ବୋଲି ଅଭିଯୋଗ କରିଥିଲେ। ଝିଅର ମୃତ୍ୟୁ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ ବୋଲି ସେ କହିଥିଳେ।

ଅନ୍ୟପକ୍ଷରେ ଡିଏଭି ଛାତ୍ରୀ ତାନିଆଙ୍କ ମୃତ୍ୟୁ ଘଟଣାରେ ସ୍କୁଲର ପ୍ରିନ୍‌ସପାଲ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଘଟଣାର ତଦନ୍ତ ପାଇଁ ଅନ୍ତରୀଣ କମିଟି ଗଠନ କରାଯାଇଛି। ପୁଲିସ ମଧ୍ୟ ଛାନଭିନ ଆରମ୍ଭ କରି ଦେଇଛି। ଯଦି କେହି ଛାତ୍ରଛାତ୍ରୀ ତାନିଆଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ ଥାଆନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍କୁଲ ପ୍ରିନ୍‌ସପାଲ କହିଥିଲେ।

ସମ୍ବନ୍ଧିତ ଖବର