କେଉଁ ଜିଲ୍ଲାରେ କେତେ କରୋନା ସଂକ୍ରମିତ ଜାଣନ୍ତୁ

ଭୁବନେଶ୍ବର: ଆଜି ରାଜ୍ୟରେ ୨୬୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୭୬ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୧ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୬ ହଜାର ୮୩୯କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Food Safety and the Coronavirus Disease 2019 (COVID-19) | FDA

ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଅନୁଗୁଳରେ ଆକ୍ରାନ୍ତଙ୍କ ସଂଖ୍ୟା ୫,୩୧୦ରେ ପହଞ୍ଚିଥିବା ବେଳେ ବାଲେଶ୍ବରରେ ୮,୪୬୫, ବରଗଡ଼ରେ ୭,୨୫୭, ଭଦ୍ରକରେ ୫,୮୩୧, ବଲାଙ୍ଗୀରରେ ୫,୧୩୦, ବୌଦ୍ଧରେ ୨,୧୧୪, କଟକରେ ୨୨,୭୬୬, ଦେବଗଡ଼ରେ ୭୯୪, ଢ଼େଙ୍କାନାଳରେ ୪,୨୭୫, ଗଜପତିରେ ୩,୬୮୫, ଗଞ୍ଜାମରେ ୨୦,୫୫୦, ଜଗତସିଂହପୁରରେ ୫,୯୩୨, ଯାଜପୁରରେ ୯,୩୩୨, ଝାରସୁଗୁଡ଼ାରେ ୫,୨୦୨, କଳାହାଣ୍ଡିରେ ୩,୮୮୪, କନ୍ଧମାଳରେ ୫,୦୦୬, କେନ୍ଦ୍ରାପଡ଼ାରେ ୬,୦୬୯, କେନ୍ଦୁଝରରେ ୫,୦୫୭, ଖୋର୍ଦ୍ଧାରେ ୪୨, ୭୬୨, କୋରାପୁଟରେ ୬,୫୫୮, ମାଲକାନଗିରିରେ ୪,୦୬୪, ମୟୁରଭଞ୍ଜରେ ୯,୧୬୨, ନବରଙ୍ଗପୁରରେ ୪,୨୬୩, ନୟାଗଡ଼ରେ ୫,୨୭୧, ନୂଆପଡ଼ାରେ ୪,୦୪୩, ପୁରୀରେ ୧୧,୧୨୭, ରାୟଗଡ଼ାରେ ୭,୭୦୭, ସମ୍ବଲପୁରରେ ୬,୯୭୧, ସୁବର୍ଣ୍ଣପୁରରେ ୩,୫୪୫ ଓ ସୁନ୍ଦରଗଡ଼ରେ ୮,୩୭୩ ଜଣ ଓ ଷ୍ଟେଟ ପୁଲରେ ୬,୩୩୪ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଏପଟେ ଆଜି କରୋନାରେ ପୁଣି ୧୭ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୯୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରେ ବାଲେଶ୍ବରରୁ ୩ଜଣ, ଭୁବନେଶ୍ବର, ଖୋର୍ଦ୍ଧା, ମୟୁରଭଞ୍ଜ ଏବଂ ପୁରୀରୁ ୨ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ବେଳେ ସୁବର୍ଣ୍ଣପୁର, ମାଲକାନାଗିରି, କନ୍ଧମାଳ, କଳାହାଣ୍ଡି, ନୟାଗଡ଼ ଏବଂ ବରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ସମ୍ବନ୍ଧିତ ଖବର