ଆଜି ରାଜ୍ୟରେ ୨୫୪୬ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ; ଜାଣନ୍ତୁ ଏଯାବତ କେଉଁ ଜିଲ୍ଲାରେ କେତେ ସଂକ୍ରମିତ 

ଭୁବନେଶ୍ବର: ଆଜି ରାଜ୍ୟରେ ୨୫୪୬ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୦୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪୨ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୨ହଜାର ୨୩୯କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Coronavirus Update: India reports 415 cases of COVID-19 – TechGraph
TechGraph

ଏଯାବତ ଅନୁଗୁଳରେ ୫,୬୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରେ ୮,୬୮୪, ବରଗଡ଼ରେ ୭,୪୪୪, ଭଦ୍ରକରେ ୫,୯୩୧, ବଲାଙ୍ଗୀରରେ ୫୩୧୨, ବୌଦ୍ଧରେ ୨,୧୭୧, କଟକରେ ୨୩,୧୪୪, ଦେବଗଡ଼ରେ ୮୨୪, ଢ଼େଙ୍କାନାଳରେ ୪,୩୪୩, ଗଜପତିରେ ୨୦,୬୨୩, ଜଗତସିଂହପୁରରେ ୬,୦୮୬, ଯାଜପୁରରେ ୯,୫୨୧, ଝାରସୁଗୁଡ଼ାରେ ୫,୩୨୭, କଳାହାଣ୍ଡିରେ ୪,୦୬୪, କନ୍ଧମାଳରେ ୫,୧୦୦, କେନ୍ଦ୍ରାପଡ଼ାରେ ୬,୨୩୫, କେନ୍ଦୁଝରରେ ୫,୧୬୭, ଖୋର୍ଧାରେ ୪୩,୫୬୫, କୋରାପୁଟରେ ୬,୬୭୬,ମାଲକାନଗିରିରେ ୪,୧୫୨, ମୟୁରଭଞ୍ଜରେ ୯,୪୦୯, ନବରଙ୍ଗପୁର ୪,୪୧୫, ନୟାଗଡ଼ରେ ୫,୩୮୪, ନୂଆପଡ଼ର ୪,୨୧୪, ପୁରୀ ୧୧,୩୧୧, ରାୟଗଡ଼ାରେ  ୭,୭୫୭, ସମ୍ବଲପୁରରେ ୭,୧୬୦, ସୁବର୍ଣ୍ଣପୁରରେ ୩୬୭୨, ସୁନ୍ଦରଗଡ଼ରେ ୮,୬୭୭ ଓ ଷ୍ଟେଟପୁଲରେ ୬,୫୦୮ ଜଣ ଏଯାବତ ସଂକ୍ରମିତ ହୋଇଛନ୍ତି।

Family portrait of novel coronavirus reveals a new type in India - The Federal
The Federal News

ଏପଟେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧ହଜାର ଟପିଛି। ଆଜି ଆଉ ୧୬ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୦୨୨ରେ ପହଞ୍ଚିଛି।

ଆଜି ଘୋଷଣା ହୋଇଥିବା ମୃତକଙ୍କ ମଧ୍ୟରେ ବାଲେଶ୍ବରରୁ ସର୍ବାଧିକ ୪ଜଣ ରହିଛନ୍ତି। ଭୁବନେଶ୍ବରରୁ ୩ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ଢ଼େଙ୍କାନାଳ ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଏହା ସହ ଗଜପତି, କଳାହାଣ୍ଡି, କେନ୍ଦ୍ରାପଡ଼ା ,କୋରାପୁଟ ଏବଂ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ସମ୍ବନ୍ଧିତ ଖବର