ସନ୍ଦିଗ୍ଧ ଷ୍ଟୋନମ୍ୟାନକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ

କଟକ: ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିବା ଜଣେ ସନ୍ଦିଗ୍ଧ ଷ୍ଟୋନମ୍ୟାନକୁ ପୁଲିସ  ଅଟକ ରଖିଥିବାର ଖବର ମିଳିଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂହ । ସେ କହିଛନ୍ତି ଜଣେ ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା କରାଯାଉଛି ।

ସନ୍ଦିଗ୍ଧର ଘର ଗଞ୍ଜାମ ଜିଲ୍ଳାରେ ଓ ତାର ନାଁ ନାରାୟଣ ସାହୁ ।  ଏହି ଘଟଣା ଘଟିବାପରେ ଉକ୍ତ  ସନ୍ଦିଗ୍ଧ କଟକ ଛାଡ଼ି ଚାଲିଯାଇଥିଲା।  ତେବେ ସେହି ବ୍ୟକ୍ତି ସାଇକୋକିଲର କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅଧିକ ତଦନ୍ତ ହେଲେ ସେହି ବ୍ୟକ୍ତି ସାଇକୋକିଲର କି ନାହିଁ ତାହା ସ୍ପଷ୍ଟ ହେବ । ୫ଟି ଟିମ୍ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଥିଲା ପୁଲିସ୍ ।

 

ସିଲଭର୍ ସିଟି କଟକରେ ତିନି ତିନି ଜଣଙ୍କୁ ହତ୍ୟା କରି ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିବା ଷ୍ଟୋନମ୍ୟାନକୁ ଗତ ୨୪ ତାରିଖରୁ ଖୋଜୁଛି ପୁଲିସ୍ । ଧରିବା ପାଇଁ ଦିନ ରାତି ପାଟ୍ରୋଲିଙ୍ଗ କରିବା ସହ ସ୍ୱତନ୍ତ୍ର ଟିମ କରି ତଦନ୍ତ ଚଳାଇଛି । ଏପରିକି ଫୋରେନସିକ୍ ମେଡିସିନ୍ ସ୍ପେଶାଲିଷ୍ଟଙ୍କ ସହ ଆଲୋଚନା କରିଛି । ଏହି ହତ୍ୟାକାଣ୍ଡର ଅନ୍ୟାନ୍ୟ ସ୍ଥିତିରୁ ଏହା ଜଣେ ମାନସିକ ବିକାରଗ୍ରସ୍ତର କାର୍ଯ୍ୟ ବୋଲି ବାରମ୍ବାର କହି ଆସୁଛନ୍ତି ପୁଲିସ୍ କମିଶନର ।

ସମ୍ବନ୍ଧିତ ଖବର