ଭୁବନେଶ୍ୱର : ଆଜି ଛତିଶଗଡ଼ର ଦନ୍ତେଓ୍ଵାଡାରେ ମାଓବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କୁ ସହିଦ ମାନ୍ୟତା ସହ ଛତିଶଗଡ଼ରେ ପୁଲିସ ପକ୍ଷରୁ ଅନ୍ୟ ୨ ସହିଦ ଯବାନଙ୍କ ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା ଗ୍ରାମରେ ଥିବା ତାଙ୍କର ପରିବାର ପକ୍ଷରୁ ତାଙ୍କୁ ସହିଦ ମାନ୍ୟତା ପାଇଁ ଦାବି କରାଯାଇଥିଲା । ପରିବାର ଲୋକଙ୍କ ଆଶାକୁ ସରକାର ସମ୍ମାନ ଜଣାଇ ସରକାର ଏପରି ପଦକ୍ଷେପ ନେଇଥିବା ମନେ କରାଯାଉଛି । ଏହା ସହିତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସହିଦ ଅଚ୍ୟୁତାନନ୍ଦଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଯେ ଦୂରଦର୍ଶନରେ ଗ୍ରେଡ-୨ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟ କରୁଥିବା କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ଦୂରଦର୍ଶନ ଟିମ୍ ସହ ଛତିଶଗଡ଼ରେ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ସମ୍ବାଦ ସଂଗ୍ରହ ଲାଗି ଆସିଥିଲେ। ଆଜି ଦାନ୍ତେଓ୍ଵାଡା ଅଞ୍ଚଳର ଅରଣପୁରଠାରେ ନକ୍ସଲଙ୍କ ଆକ୍ରମଣରେ ତାଙ୍କର ଅକାଳରେ ମୃତ୍ୟୁ ହୋଇଥିଲା ।
ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କ ପରିବାରର ଇଚ୍ଛାକୁ ସମ୍ମାନ ଦେଲେ ସରକାର, ମିଳିଲା ସହିଦର ସମ୍ମାନ
/sambad/media/post_attachments/wp-content/uploads/2018/10/sahid-achytananda-sahu.jpg)