କଳାବାଡ଼ିଆ/ବାଙ୍ଗିରିପୋଷି: ବାଙ୍ଗିରିପୋଷି ବ୍ଲକ୍ ଅନ୍ତର୍ଗତ ବୁଢୀଖମାରୀ ପଞ୍ଚାୟତ ଜଳଡ଼ିହା ଗ୍ରାମ ଖଡ଼ିଆସାହିର ଜଣେ ଯୁବକ କୂଅରେ ପଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଅଭିରାମ ପାତ୍ରଙ୍କ ପୁଅ ଶତ୍ରୁଘ୍ନ (୨୫)। ଆଜି ଘରପାଖ ଏକ ପୁରୁଣା କୂଅରେ ତାଙ୍କର ଛେଳିଟି ପଡ଼ି ଯାଇଥିଲା।
ତାକୁ ଉଦ୍ଧାର କରିବା ପାଇଁ କୂଅ ଭିତରେ ପଶିବା ବେଳେ ଶ୍ୱାସରୁଦ୍ଧ ହୋଇ ପଡ଼ିଥିଲେ ଶତ୍ରୁଘ୍ନ। ଖବର ପାଇ ଦମକଳ କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ବେଳକୁ ଶତ୍ରୁଘ୍ନଙ୍କର ମୃତ୍ୟୁ ହୋଇ ସାରିଥିଲା। ଏ ନେଇ ବାଙ୍ଗିରିପୋଷି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/dead-fff.jpg)