ବିଲରୁ ମିଳିଲା ମା ଓ ପୁଅଙ୍କ ମୃତଦେହ: ମୃତ୍ୟୁର କାରଣ ଅସ୍ପଷ୍ଟ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଜାବିନପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଚାଷଜମିରେ ମା ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟେ ଶାଳଣିଆ ପଞ୍ଚାୟତ ମନୋହରପୁର ଗ୍ରାମର ବୋଲି ସୂଚନା ମିଳିଛି।
ପୁଅ ସନ୍ତା ଦାସ ଓ ମା ଜେମା ଦାସ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଅନେକ ଦିନ ଧରି ଏହି ଅଞ୍ଚଳରେ ଭିକ ମାଗି ଗୁଜୁରାଣ ମେଣ୍ଟାଉଥିଲେ। ମାଆର ବୟସ ପ୍ରାୟ ୬୫ ବର୍ଷ ଓ ପୁଅର ବୟସ ୪୦ ବର୍ଷ। ସ୍ଥାନୀୟ ଲୋକେ ଉଭୟଙ୍କ ମୃତଦେହ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ତେବେ କିଭଳି ଓ କାହିଁକି ଉଭୟ ମୃତ୍ୟୁବରଣ କଲେ ତାର ତଦନ୍ତ କରୁଛି ପୁଲିସ। ଏଣେ ମା ଓ ପୁଅଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ଲୋକେ ଅନୁମାନ କରୁଛନ୍ତି। ଏହି ଘଟଣାରେ ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର