ଭୁବନେଶ୍ବରରେ ଚାଞ୍ଚଲ୍ୟ, ଇସ୍କନ ମନ୍ଦିରର ଗାଧୁଆ ଘରୁ ମିଳିଲା ମୃତଦେହ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ । ଭୁବନେଶ୍ବରର ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଇସ୍କନ ମନ୍ଦିରର ଗାଧୁଆ ଘରୁ ମିଳିଲା ମୃତଦେହ । ମୃତକ ଇସ୍କନ ମନ୍ଦିରର ହୋଟେଲରେ ୱେଟର ଭାବେ ଦୀର୍ଘ ୨୦ ବର୍ଷ ଧରି କାମ କରୁଥିଲେ ବୋଲି ସୂଚନା ହସ୍ତଗତ ହୋଇଛି । ତାଙ୍କ ନାମ ବାବୁ ସାହୁ ବୋଲି ଜଣାପଡ଼ିଛି । ମୃତ ବାବୁ ସାହୁଙ୍କ ଘର ଗଞ୍ଜାମ ଜିଲ୍ଲାର ସେରଗଡ ଅଞ୍ଚଳରେ ବୋଲି ଜଣାପଡ଼ିଛି।

Image result for nayapalli police station
Image Source- Times Of India

ଅନ୍ୟପଟେ କାହିଁକି ଏବଂ କିପରି ବାବୁ ସାହୁଙ୍କ ମୃତ୍ୟୁ ହେଲା ତାହା ସନ୍ଦେହ ଅଧିକ ସୃଷ୍ଟି କରୁଛି । ରାଜଧାନୀରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢ଼ୁଥିବା ବେଳେ ଏବେ ଇସ୍କନ ମନ୍ଦିର ଭଳି ଧାର୍ମିକ ସ୍ଥଳ ଗାଧୁଆ ଘରୁ ମୃତ ଦେହ ମିଳୁଛି । ତେବେ ପ୍ରଶ୍ନ ଉଠୁଛି ଏବେ ମୃତ ବାବୁ ସାହୁଙ୍କ ମୃତ୍ୟୁ କେମିତି ହେଲା? ଏହା ପଛରେ କାହାର ହାତ ଅଛି ତାକୁନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ନୟାପଲ୍ଲୀ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର