ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରରୁ ଜଣେ ଅପରିଚିତ ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବାର ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବାରିପଦା ସହରର ବାରୁଣୀ ଶିବ ମନ୍ଦିର ନିକଟରେ ଥିବା ଜରାଳୀସରାଳୀ ନଦୀ ପୋଲରେ ଝୁଲନ୍ତା ଅବସ୍ଥାରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର ହୋଇଛି । ଏହି ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୫୦ ହେବ ବୋଲି ଅନୁମାନ କରାଯାଉଛି ।
/sambad/media/post_attachments/wp-content/uploads/2020/01/dead.jpg)
ଉକ୍ତ ବ୍ୟକ୍ତିଜଣକ ପୋଲର ବାଡ଼ାରେ ଏକ ଦଉଡ଼ି ବାନ୍ଧି ପୋଲ ତଳକୁ ଡେଇଁ ପଡ଼ିଥିବାର ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୁଲିସ ପହଞ୍ଚି ମୃତ ଶରୀରଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/dead-indiatoday.png)