ଶିବ ମନ୍ଦିରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଶିବରାମପୁର ଶିବ ମନ୍ଦିରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେରର ଶିବରାମପୁର ଶିବ ମନ୍ଦିର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ନିକଟସ୍ଥ ଏକଡ଼ାଳ ଗ୍ରାମର କାଳିଆ ବେହେରା ବୋଲି ଜଣାଯାଇଛି । ଆଜି ସକାଳେ ମନ୍ଦିରର ପୂଜକ ପୂଜା ପାଇଁ ମନ୍ଦିରକୁ ଆସିବା ପରେ ବୃଷଭଙ୍କ ଉପରେ ବନ୍ଧା ହୋଇଥିବା ଘଣ୍ଟିରେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖି ବିସ୍ମିତ ହୋଇଥିଲେ।
ଏହାପରେ ସେ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗ୍ରାମବାସୀମାନେ ଏ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ତା’ପରେ ତାଳଚେର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି । ପୁଲିସ୍ ଉକ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ଯେ ଏହା ହତ୍ୟା ନା ଆତ୍ମହତ୍ୟା।