ନାଳ ଭିତରୁ ଯୁବକଙ୍କର ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସମ୍ବଲପୁର: ଗତ ୨୬ ତାରିଖରୁ ନିଖୋଜ ଥିବା ଜଣେ ଯୁବକଙ୍କର ମୃତ ଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ଆଜି ସକାଳେ ଟାଉନ୍ ଥାନା ବିନାଖଣ୍ଡିର ସନ୍ତୋଷ ଗର୍ଡିଆଙ୍କର ମୃତ ଦେହ ଧନୁପାଲି ଥାନା ଅନ୍ତର୍ଗତ ଚାରଭାଟି ଛକ ନିକଟରେ ଥିବା ଏକ ନାଳରେ ଭାସୁଥିବାର କିଛି ଲୋକ ଦେଖିଥିଲେ। ସେମାନେ ପୁଲିସକୁ ଖବର ଦେଇଥିଲେ। ତା’ପରେ ପୁଲିସ ନାଳ ଭିତରୁ ସନ୍ତୋଷ ଗର୍ଡିଆଙ୍କର ମୃତ ଦେହ

କୁ ଉଦ୍ଧାର କରିଥିଲା। ତା’ପରେ ଶବ ବ୍ୟବଚ୍ଛେଦ ଲାଗି ବୁର୍ଲା ମେଡିକାଲକୁ ପଠାଇଥିଲା। ପୁଲିସର କହିବା ଅନୁଯାୟୀ, ବୋଧହୁଏ ପୋଲ ଉପରୁ ତଳକୁ ଖସି ପଡ଼ିବା ଫଳରେ ସନ୍ତୋଷ ଗର୍ଡିଆଙ୍କର ମୃତ୍ୟୁ ଘଟିଛି। କିନ୍ତୁ ପରିବାର ଲୋକେ ତା’କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ସେମାନେ ଏହା ଏକ ହତ୍ୟା ବୋଲି ସନ୍ଦେହ କରୁଛନ୍ତି।

ମୃତ ସନ୍ତୋଷଙ୍କର ବୟସ ୩୦ ବର୍ଷ ଏବଂ ଅବିବାହିତ ବୋଲି ଜଣାଯାଇଛି। ସେ ରିକ୍ସା ଚଳାଇ ଜୀବିକା ନିର୍ବାହ କରୁଥିଲେ। ସୂଚନାଯୋଗ୍ୟ ଗତକାଲି ସନ୍ତୋଷଙ୍କର ପରିବାର ପକ୍ଷରୁ ସନ୍ତୋଷ ନିଖୋଜ ଥିବା ନେଇ ଟାଉନ ଥାନାରେ ଏତଲା ଦିଆଯାଇଥିଲା।

ସମ୍ବନ୍ଧିତ ଖବର