ସୋହେଲା : ବରଗଡ଼ ଜିଲ୍ଲା ସୋହେଲା ଥାନା ଗର୍ଭଣା ନିକଟସ୍ଥ ଡୁମ୍ବେରପାଲି ଗାଁର ପୋଖରୀ କୂଳରୁ ଶନିବାର ଜଣେ ଯୁବକଙ୍କ ମୃତ ଦେହ ସହ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ଓ ଗୁରୁତର ଯଥାକ୍ରମେ ଶଳା ଓ ଭିଣୋଇ ବୋଲି ଜଣାପଡ଼ିଛି। ଉଦ୍ଧାର ପରେ ତାଙ୍କୁ ବରଗଡ଼ ଡାକ୍ତରଖାନାକୁ ପଠାଯାଇଛି। ପୁଲିସ୍ର ସୂଚନାନୁସାରେ ଆଜି ସକାଳେ ଗାଁ ପୋଖରୀ ପାହଚରେ ଦୁଇ ଜଣ ଯୁବକ ମୁହଁ ମାଡ଼ି ପଡ଼ିଥିବା ଦେଖି ଲୋକେ ଥାନାକୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ସେମାନଙ୍କୁ ସୋହେଲା ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ଉକ୍ତ ଥାନା କରାଲମାଲ ଗାଁର ଲିଙ୍ଗରାଜ ବରିହା (୩୫) ଓ ଗୁରୁତର ଜଣକ ଲିଙ୍ଗରାଜଙ୍କ ଭିଣୋଇ ଟୁଙ୍ଗିବନ୍ଧଲି ପଞ୍ଚାୟତ ତାଣ୍ଡୋଲ ଗାଁର ସନାତନ ଭୋଇ ବୋଲି ଜଣାପଡ଼ିଛି। ଶୁକ୍ରବାର ସକାଳେ ଇଟା ଗଢ଼ିବା ପାଇଁ ଲିଙ୍ଗରାଜ ନିକଟସ୍ଥ ନେଗିମୁଣ୍ଡା ଗ୍ରାମକୁ ପଇସା ଆଣିବାକୁ ଯାଉଛି କହି ଘରୁ ବାହାରିଥିଲେ। ଆଜି ଡୁମ୍ବେରପାଲି ଗାଁ ପୋଖରୀ କୂଳରୁ ଶବ ଉଦ୍ଧାର ହେଲା ବୋଲି ଲିଙ୍ଗରାଜଙ୍କ ବାପା କଳାବଦନ ବରିହା କହିବା ସହ ଥାନାରେ ଏତଲା ଦେଇଛନ୍ତି।
ପୋଖରୀ କୂଳରୁ ଶଳାର ଶବ ଉଦ୍ଧାର, ଭିଣୋଇ ଗୁରୁତର
/sambad/media/post_attachments/wp-content/uploads/2018/03/Sohela-UD-Case-24.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)