୨୪ ଘଣ୍ଟା ଧରି ପଡ଼ି ରହିଛି ଶବ

ପୁରୀ :ଜିଲ୍ଲା ଯକ୍ଷ୍ମା ଓ ସଂକ୍ରାମକ ରୋଗ ଚିକିତ୍ସାଳୟରେ ଏକ ଅପରିଚିତ ଶବ ୨୪ ଘଣ୍ଟା ଧରି ପଡ଼ି ରହିଛି। ଶବ ଅପରିଚିତ ହୋଇଥିବାରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ସରକାର ଅପରିଚିତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ଶବ ଦାହ ପାଇଁ ମଧ୍ୟ ହରିଶ୍ଚନ୍ଦ୍ର ଯୋଜନା କରିଛନ୍ତି। ତେବେ ଏ ନେଇ କର୍ତ୍ତୃପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। କିଛିଦିନ ତଳେ ତାଙ୍କୁ ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏଠାରେ ଚିକିତ୍ସା ଲାଗି ଭର୍ତ୍ତିି କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ଆଜି ସୁଦ୍ଧା ତାଙ୍କୁ ସେଠାରୁ ନିଆଯାଇ ନାହିଁ। ଶବ ପଡ଼ି ରହିଥିବାରୁ ଅନ୍ୟ ରୋଗୀମାନେ ଭୟଭୀତ ହୋଇ ରହୁଛନ୍ତି।

ସମ୍ବନ୍ଧିତ ଖବର