ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ଅସହାୟ ମହିଳାଙ୍କ ଶବ, ଅନ୍ତିମ ସତ୍କାର ପାଇଁ ଆଗେଇ ଆସିଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ଘଣ୍ଟା ଘଣ୍ଟା ଧରି ପଡ଼ି ରହିଥିବା ଜଣେ ଅସହାୟ ବୃଦ୍ଧାଙ୍କ ଶବକୁ ଓଡ଼ିଶା-ମୋ ପରିବାର ଦ୍ୱାରା ସତ୍ୟନଗର ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଛି । ପ୍ରକାଶଥାଉକି, ପାର୍ବତୀ ଟୁଡ଼ୁ (୫୨) ନାମକ ଜଣେ ମହିଳା ଭୁବନେଶ୍ୱର ସାଲିଆ ସାହି ବସ୍ତିରେ ଏକାକି ବସବାସ କରୁଥିଲେ । କୌଣସି କାରଣରୁ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ଶବ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲେ ମଧ୍ୟ ତାଙ୍କର କୌଣସି ବି ଜଣେ ସଂପର୍କୀୟ ଶବ ସତ୍କାର ପାଇଁ ଆଗକୁ ଆସିନଥିଲେ । ଓଡ଼ିଶା-ମୋ ପରିବାର ସଦସ୍ୟା ଭାରତୀ ସିଂହ ଏହି ଖବର ଜାଣିବା ପରେ ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟକୁ ଜଣାଇଥିଲେ । ପରେ ଓଡ଼ିଶା-ମୋ ପରିବାର ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ ଏବଂ ପାର୍ବତୀଙ୍କ ଶବକୁ ସତ୍କାର କରିବାପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ଏଥିପାଇଁ ବିଏମସିରେ ଆବଶ୍ୟକୀୟ କାଗଜପତ୍ର କାର୍ଯ୍ୟ କରାଯିବା ସହ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇ ଶବକୁ ସତ୍କାର ପାଇଁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା । ସେଠାରେ ଓଡ଼ିଶା-ମୋ ପରିବାର ସଦସ୍ୟଙ୍କ ଉପସ୍ଥିତରେ ଶବ ସତ୍କାର କରାଯାଇଥିଲା। ତ‌େବେ ସଂସ୍ଥା ଦ୍ବାରା କରାଯାଇଥିବା ଏହି କାମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର