ରାୟଗଡ଼ା: ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରସୂତୀଙ୍କ ମୃତ୍ୟୁ ହେବା ପରେ ଖବର ପାଇ ତାଙ୍କ ଭାଇ ମେଡିକାଲରେ ପହଞ୍ଚିବା ପରେ ତାଙ୍କୁ ଭଉଣୀର ଶବକୁ ହସ୍ତାନ୍ତର କରୁନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ।
ଘଟଣା ଅନୁଯାୟୀ ମୁନିଗୁଡା ବ୍ଲକ ଓ ସଦର ପଞ୍ଚାୟତର ଡେନଗାମ ଗ୍ରାମର ଇନ୍ଦୁ ସିକକା ଗର୍ଭଯନ୍ତ୍ରଣାରେ ବିଷମକଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ ସନ୍ତାନ ଜନ୍ମ ହୋଇଥିଲା। ଇନ୍ଦୁ ଗୁରୁତର ହେବାରୁ ତାଂକୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ମଧ୍ୟ ଚିକିତ୍ସିତ ଅବସ୍ଥାରେ ତାଂକର ମୃତ୍ୟୁ ହୋଇଯାଇଥିଲା। ଇନ୍ଦୁଙ୍କ ସ୍ବାମୀ ଅନ୍ୟତ୍ର ବାହା ହୋଇ ରହୁଥିବା ଜଣାପଡିଛି।
ତେବେ ଇନ୍ଦୁର ସଂପର୍କୀୟ କହିଲେ ତାର ଏକମାତ୍ର ଭାଇ। ଭାଇ ଖବର ପାଇ ରାୟଗଡା ମେଡିକାଲରେ ପହଞ୍ଚି ଶବକୁ ନେବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଗୁହାରି କରିଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ସମସ୍ତ କାଗଜ ପତ୍ର ନଦେବା ପର୍ଯ୍ୟନ୍ତ ଶବକୁ ହସ୍ତାନ୍ତର କରାଯିବ ବୋଲି ବୋଲି ସଫା ସଫା ମନା କରିଦେଇଥିଲେ। ଲିଗାଲ ଏଡର ପିପିଏଲ କୁମାରୀ ବଡତିଆ ଏ ସଂପର୍କରେ ଜାଣିବା ପରେ ମେଡିକାଲ ଆସି ସହଯୋଗର ହାତ ବଢାଇଥିଲେ। କିନ୍ତୁ ତାଂକ କଥାକୁ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ପୁଲିସ ମାମଲା ହେବା ପରେ ହିଁ କିଛି କରାଯାଇପାରିବ ବୋଲି ସଫା ସଫା କହିଥିଲେ।
ଏ ସଂପର୍କରେ ଆମେ ମେଡିକାଲର ମ୍ୟାନେଜରଙ୍କୁ ପଚାରିବାରୁ ସେ ମୃତ ଇନ୍ଦୁର ଭାଇ ସମସ୍ତ କାଗଜ ପତ୍ର ଦେଖାଇଲେ ହିଁ ଶବକୁ ହସ୍ତାନ୍ତର କରାଯିବ ବୋଲି ଆମକୁ ମଧ୍ୟ କହିଥିଲେ। ଆଜି ଦିନ ତମାମ ଶବ ହସ୍ତାନ୍ତର ହୋଇପାରିନଥିଲା। ଇନ୍ଦୁର ଭାଇ ରାୟଗଡାରେ କାହାକୁ ଜାଣିନଥିବାରୁ ସେ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା।ପାଖରେ ଟଂକାଟିଏ ନଥିବାରୁ ସେ କିପରି ଶବକୁ ଘରକୁ ନେବ ବୋଲି ଚିନ୍ତାରେ ପଡିଛି। ପ୍ରଶାସନର ସହଯୋଗ ହେଲେ ଶବ ମିଳିଲେ ମଧ୍ୟ ଶବ ନେବାକୁ ସହଯୋଗ କରିବା ପାଇଁ ନେହୁରା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/Rgda-pregnent-woman-dead-1.jpg)