ଚିତ୍ରଡ଼ା: ମାତ୍ର ତିନିବର୍ଷ ବୟସର ଶିଶୁପୁତ୍ର ଟିଏ ଖେଳୁ ଖେଳୁ ହଠାତ ଘର ପାଖରେ ଥିବା ଏକ କୂଅ ଭିତରେ ପଡିଯାଇଥିଲା। ହେଲେ ପରିବାର ଲୋକେ ତାକୁ ଖୋଜାଖୋଜି କରିବା ବେଳକୁ ବିଳମ୍ବ ହୋଇଯାଇଥିଲା ଏବଂ ଶିଶୁପୁତ୍ରଟିର ମୃତ୍ୟୁ ଘଟିଯାଇଥିଲା। ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ତଥା ମୋରଡା ତହସିଲ ଅଧିନ ଜୁଆଳିଭଙ୍ଗା ପଞ୍ଚାୟତର ଭଦ୍ରାଶୋଳ ପୂର୍ଣ୍ଣଚନ୍ଦ୍ରପୁର ୨ ଗ୍ରାମରେ। ଗ୍ରାମର ଶଙ୍କର ଭକ୍ତାଙ୍କ ପୁଅ କିବନ (ଗଙ୍ଗା) ଭକ୍ତା ଆଜି ଘର ବାହାରେ ଖେଳୁଥିବା ସମୟରେ ଘର ପାଖ ଏକ ପାଣି ଭର୍ତ୍ତି ଥିବା ଚାନ୍ଦୀନି ବିହୀନ କୂଅ ଭିତରେ ପଡିଯାଇଥିଲା। ତେବେ ପୁଅକୁ ପରିବାର ଲୋକେ ଖୋଜିବା ବେଳକୁ ପୁଅ ଆଉ ମିଳୁନଥିଲା।
/sambad/media/post_attachments/wp-content/uploads/2022/10/chitrada.jpg)
ତେବେ ସନ୍ଦେହ ହେବାରୁ ପରିବାର ଲୋକେ ପୁଅ କୂଅ ଭିତରେ ପଡିଯାଇଥିବାର ସନ୍ଦେହ କରିଥିଲେ।କିନ୍ତୁ କୂଅ ଟିରେ ପାଣି ଭର୍ତ୍ତି ଥିବାରୁ ଲୋକେ ସଙ୍ଗେ ସଙ୍ଗେ ଚିତ୍ରଡା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶିଶୁ ପୁତ୍ରଟି କୁ ଚେତାଶୂନ୍ୟ ଅବସ୍ଥାରେ କୂଅ ଭିତରୁ ଉଦ୍ଧାର କରିଥିଲେ ଏବଂ ଦମକଳ ଗାଡ଼ିରେ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ତେବେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଶିଶୁ ପୁତ୍ର ଟିର ମୃତ୍ୟୁ ଘଟିଯାଇଥିବାର ଡାକ୍ତର ପ୍ରକାଶ କରିଥିଲେ। ଚିତ୍ରଡା ଦମକଳ କେନ୍ଦ୍ର ର କର୍ମଚାରୀ ଏଫ ଏମ ୧୭୯୦ ଦେବୀପ୍ରସାଦ ବେହେରା ସ୍କୁବା ଡାଇଭିଂ କରି ପାଣିଭର୍ତି ଗଭୀର କୂଅ ଭିତୀ ପଶି ଶିଶୁପୁତ୍ର ଟିକୁ ଉଦ୍ଧାର କରିଥିବା ଜଣାପଡିଛି।
ଶିଶୁଟିର ମୃତ୍ୟୁ ଘଟିଥିବାର ଖବର ପ୍ରଚାର ହେବାପରେ ପରିବାର ଏବଂ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ଖବର ପାଇ ମୋରଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଶିଶୁର ଶବକୁ ଜବତ କରି ତଦନ୍ତ ଆରମ୍ଭ କରିବାସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରିରଖିଥିବା ଜଣାପଡିଛି। ତେବେ କୂଅଟି ଭୁଇଁ ସହିତ ସମାନ ରହିଥିବା ଏବଂ ଚାନ୍ଦିନୀ ନଥିବା କାରଣରୁ ଏଭଳି ଏକ ଅଘଟଣ ଘଟିଯାଇଥିବା ଏବଂ କୂଅରେ ଚାନ୍ଦିନୀ ଥିଲେ ହୁଏତ ଶିଶୁ ପୁତ୍ରଟି ଆଜି ଜୀବିତ ଥାନ୍ତା ବୋଲି ଗ୍ରାମବାସୀ କରୁଥିବା ଅଲୋଚନାରୁ ଶୁଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/chitrada1.jpg)