ରାଜଧାନୀରେ ଅଷ୍ଟମ ଶ୍ରେଣୀର ଛାତ୍ରର ମୃତଦେହ ଉଦ୍ଧାର

ଭୁବନେଶ୍ବର: ଅଷ୍ଟମ ଶ୍ରେଣୀରେ ପଢୁଥିବା ପୁଅକୁ ବାପ ପିଟିପିଟି ମାରି ‌ଦେଇଥିବା ଅଭିଯୋଗ ହୋଇଛି। ରାଜଧାନୀ ଭୁବନେଶ୍ୱର ଖାରବେଳନଗର ଥାନା ଅଧୀନ ୟୁନିଟ-୩ ଅଞ୍ଚଳରେ ଏଭଳି ଚଞ୍ଚଲ୍ୟକର ଘଟଣା ଘଟିଛି। ମୃତ ଛାତ୍ର ହେଲେ ସ୍ବୟଂଶୁ ପରିଡ଼ା। ଅଭିଯୁକ୍ତ ବାପଙ୍କ ନାମ ସନ୍ତୋଷ କୁମାର ପରିଡ଼ା।

ସୂଚନା ଅନୁସାରେ ସ୍ଥାନୀୟ ୟୁନିଟ୍‌-୩ ଅଞ୍ଚଳରେ ସନ୍ତୋଷ କୁମାର ପରିଡ଼ାଙ୍କ ସପରିବାର ରହୁଛନ୍ତି। ତାଙ୍କ ପରିବାର ସହିତ ଶାଶୂ ମଧ୍ୟ ରୁହନ୍ତି। ତେବେ କୌଣସି କାରଣରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୫ ବର୍ଷୀୟ ନାବାଳକ ସ୍ୱୟଂଶୁ ପରିଡ଼ାଙ୍କୁ ସନ୍ତୋଷ କୁମାର ପରିଡ଼ା ନିର୍ଧୁମ ମାଡ଼ ମରିଥିଲେ। ମାଡ଼ ମାରିବା ବେଳେ ସନ୍ତୋଷଙ୍କ ଶାଶୁ ବାରଣ କରିଥିଲେ। କିନ୍ତୁ ସନ୍ତୋଷ ତାଙ୍କ କଥା ଶୁଣିନଥିଲେ। ଏଥିରେ ସ୍ବୟଂଶୁ ପ୍ରାଣ ହରାଇଥିଲେ। ନିଜ ନାତିଙ୍କୁ ପିଟିପିଟି ଜ୍ବାଇଁ ସନ୍ତୋଷ ମାରିଦେଇଥିବା ଆଈ ଅଭିଯୋଗ ଆଣିଛନ୍ତି।

ଅନ୍ୟପଟେ ପରୀକ୍ଷାରେ ଭଲ ନମ୍ବର ରଖିନଥିବାରୁ ସ୍ୱୟଂଶୁ ଘରେ ଥିବା କେବୁଲ ତାର ଲଗାଇ ଜୀବନ ହାରିଥିଲେ ବୋଲି ସନ୍ତୋଷ ପରିଡ଼ା ଖାରବେଳନଗର ଥାନାରେ ରିପୋର୍ଟ ଦେଇଛନ୍ତି। ମୃତଦେହ କ୍ୟାପିଟାଲ ଥାନା ମର୍ଚୁରିରେ ରହିଥିବା ଜଣାପଡିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର