ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ନବଜାତକର ମୃତ୍ୟୁ କିଭଳି ହେଲା ଓ କିଏ ତାର ମୃତଦେହ ପକାଇ ଚାଲିଗଲା ତାହାର କୌଣସି ସୂଚନା ମିଳିନାହିଁ।
ଆଜି ସକାଳେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟିକେଟ କାଉଣ୍ଟର ନିକଟରେ ନବଜାତ ଶିଶୁର ମୃତଦେହ ପଡ଼ିଥିବା ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ବିଳମ୍ବିତ ରାତିରେ କିଏ ଶିଶୁଟିକୁ ଫିଙ୍ଗି ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି। ଶିଶୁଟି କାହାର ଓ କିଏ ଶିଶୁଟିକୁ ହସ୍ପିଟାଲ ପରିସରରେ ଫିଙ୍ଗିଦେଲା ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ମୃତ ଶିଶୁଟି କାହାର ତଦନ୍ତ ଚାଲିଛି ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/6-12.jpg)