ନିଜ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ: ପ୍ରେମଜନିତ ମାମଲା, ହତ୍ୟା ନା ଆତ୍ମହତ୍ୟା!

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତେନ୍ତୁଳିଗାଡିଆ ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ନିଜ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ବ୍ୟାପାର ପାଇଁ  ସେହି ଯୁବକଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଅପରପକ୍ଷରେ ଯୁବକଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ। ପ୍ରେମିକା ଘର ଲୋକ ତାଙ୍କ ପୁଅକୁ ହତ୍ୟା କରି ଘରେ ଟାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। ଘରୁ ଏକ ଚିଠି ମିଳିଥିବାର ସୂଚନା ରହିଛି। ତେବେ ରିପୋର୍ଟ ଲେଖା ହେବା ଯାଏଁ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ।

ସମ୍ବନ୍ଧିତ ଖବର