ବିନିକା (ଅକ୍ଷୟ କୁମାର ପୂଜାହାରୀ): ରାସ୍ତା କଡରୁ ବାଇକ୍ ଉପରୁ ଜଣେ ଯୁବକଙ୍କ ରକ୍ତଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଅରିଗାଁରେ। ଯୁବକଙ୍କ ପରିଚୟ ମିଳି ପାରି ନାହିଁ। ଗତକାଲି ବିଳମ୍ବିତ ରାତିରେ ବିନିକା ଥାନା ବିନିକା- ଅରିଗାଁ ମୁଖ୍ୟରାସ୍ତା ରେ ଏକ ବାଇକ୍ ଉପରେ ଯୁବକଙ୍କ ମୃତଦେହ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ।
ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଯୁବକଙ୍କୁ କିଏ ହତ୍ୟା କରି ଫୋପାଡ଼ି ଦେଇଛି କି ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ବାଇକ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/2dd56271-a4bf-43a7-87ee-5c82aaf66d9a.jpg)