ବଲାଙ୍ଗୀର: ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଝୁଲନ୍ତା ଶବ ବଲାଙ୍ଗୀର ସହର ସୁଦପଡ଼ାସ୍ଥିତ ତାଙ୍କ ମାମୁଘରୁ ରବିବାର ଉଦ୍ଧାର କରାଯାଇଛି। ଏହି ଘଟଣା ବଲାଙ୍ଗୀର ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି। ଏକ କୋଠରିରେ ରୁଚିସ୍ମିତା ଝୁଲି ପଡ଼ିଥିବା ସମ୍ପର୍କରେ ମାମୁଘର ଲୋକେ ପୁଲିସକୁ ଖବର ଦେଇଥିଲେ। ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ପରେ ଶବକୁ ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲର ମର୍ଗରେ ରଖାଯାଇଛି। ପୁଲିସ ରୁଚିସ୍ମିତା ଆତ୍ମହତ୍ୟା କରିଥିବା ଅନୁମାନ କରୁଥିବା ବେଳେ ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଛି। ଯଦି ଆତ୍ମହତ୍ୟା କଲେ ତା’ହେଲେ କାରଣ କ’ଣ? ସେନେଇ ଖୋଳତାଡ଼ କରୁଛି ପୁଲିସ। ରୁଚିସ୍ମିତା କିଛି ଆଲବମରେ ଅଭିନୟ କରିଥିବା ବେଳେ ଜଣେ ଭକ୍ତି ସଂଗୀତ କଣ୍ଠଶିଳ୍ପୀ ଭାବରେ ବେଶ୍‌ ଜଣାଶୁଣା। ସେ ଷ୍ଟେଜ୍‌ ସୋ’ ମଧ୍ୟ କରୁଥିଲେ।

Advertisment