ଭୁବନେଶ୍ବର: ଲୋକସେବା ଭବନରେ କାର୍ଯ୍ୟରତ ଜଣେ ଏଏସ୍‌ଓଙ୍କ ମୃତଦେହ ଆଜି ଅପରାହ୍‌ଣରେ ଉଦ୍ଧାର ହୋଇଛି। ମୃତ ଏଏସ୍‌ଓ ହେଲେ ମୋରା ମାରାଣ୍ଡି। ସେ ଭୁବନେଶ୍ୱରର ଆଚାର୍ଯ୍ୟ ବିହାରରେ ରହୁଥିଲେ। ସଚିବାଳୟ ଇସ୍ପାତ ଓ ଖଣି ବିଭାଗରେ ୨୦୨୪ ବ୍ୟାଚର ଏଏସଓ (ଆସିଷ୍ଟାଣ୍ଟ ସେକ୍‌ସନ ଅଫିସର) ହେଉଛନ୍ତି ମୋରା ମାରାଣ୍ଡି। ତେବେ ସେ ଜୀବନ ହାରିଛନ୍ତି, ନା ଘଟଣାର ଅନ୍ୟ କିଛି କାରଣ ଅଛି ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ।

Advertisment

ସୂଚନା ଅନୁସାରେ ଆଜି ସକାଳେ ମୋରା ମାରାଣ୍ଡିଙ୍କୁ ଘର ଲୋକ ଫୋନ କରିଥିଲେ। ହେଲେ ତାଙ୍କ ଫୋନ ଲାଗିନଥିଲା। ପରେ ପରିବାର ଲୋକ ମୋରାଙ୍କ ସାଙ୍ଗକୁ ଫୋନ୍ କରି କହିଥଲେ। ଏନେଇ ମୋରା ରହୁଥିବା ଘରକୁ ତାଙ୍କ ସାଙ୍ଗ ଯାଇଥିଲେ। ସେଠାରେ ପହଁଞ୍ଚି ଦେଖିଲେ ମୋରଙ୍କ ମୃତଦେହ ଝୁଲୁଥିଲା। ଏହା ପରେ ପୁଲିସକୁ ଖବର ଦେଇଥିଲେ ମୋରାଙ୍କ ସାଙ୍ଗ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ମୋରାଙ୍କ ପରିବାର ଓ ସହଯୋଗି ଅଭିଯୋଗ କରିନ୍ତି, ମୋରାଙ୍କ ଉପରେ ଉପରସ୍ଥ ଅଧିକାରୀଙ୍କର ଚାପ ରହୁଥିଲା। ସେଥି ପାଇଁ ହୁଏତ ସେ ଆତ୍ମହତ୍ୟା କରିପାରି ଥାନ୍ତି ବୋଲି କୁହାଯାଉଛି। ତେବେ ଘଟଣାର ତଦନ୍ତ ଶେଷ ହେଲେ ପ୍ରକୃତ କାରଣ ଜଣାପଡ଼ିବ।