ଫୋନ୍‌ରେ ସ୍ତ୍ରୀଙ୍କୁ ଶୀଘ୍ର ଫେରୁଛି କହି ୨ ଦିନ ତଳେ ନିଖୋଜ ହୋଇଥିଲେ ବ୍ୟାଙ୍କ ମ୍ୟାନେଜର, ମିଳିଲା ମୃତଦେହ

ବିନିକା: ଗତ ୧୦ ତାରିଖ ସନ୍ଧ୍ୟା ସମୟରୁ ନିଖୋଜ ଥିବା ବ୍ୟାଙ୍କ ମ୍ୟାନେଜରଙ୍କ ଆଜି ମୃତଦେହ ଉଦ୍ଧାର ହୋଇଛି। ବଲାଙ୍ଗୀର ସହରର ଶାନ୍ତିପଡାର ନିବାସୀ ତଥା ବ୍ୟାଙ୍କ ମ୍ୟାନେଜରଙ୍କ ଦିବ୍ୟ ରଂଜନ ମିଶ୍ରଙ୍କ ମୃତଦେହ ସୋନପୁର ଜିଲ୍ଲା ଅଙ୍ଗ ନଦୀର ବିନିକା ବ୍ଳକ ଜୁଲୁଣ୍ଡା ନିକଟରୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ସମସ୍ତ ଦିଗରୁ ତଦନ୍ତ ଚଳାଇ ଥିବା ସୁଚନା ମିଲିଛି।

ବରଗଡ ଜିଲ୍ଲା ବରପାଲିସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର ଅଫିସିଆଲ୍‌ କାମରେ ସୋନପୁର ଜିଲ୍ଲାର ବିନିକା ଅଞ୍ଚଳକୁ ଯାଇଥିଲେ। କାମ ସାରି ଫେରିବା ବେଳେ ଗତ ୧୦ ତାରିଖ ସନ୍ଧ୍ୟା ପ୍ରାୟ ୬ ଟାରେ ସ୍ତ୍ରୀଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। ଶୀଘ୍ର ଘରକୁ ଫେରିବେ ବୋଲି କହିଥିଲେ। ତେବେ ରାତି ୭ ଟା ପରେ ତାଙ୍କ ଫୋନ ସ୍ୱିଚ ଅଫ ହୋଇଯାଇଥିଲା। ତା’ପରେ ତାଙ୍କର ପତ୍ତା ମିଳିନଥିଲା। ପରିବାର ଲୋକେ ବିଭିିନ୍ନ ଅଞ୍ଚକୁ ଯାଇ ଖୋଜାଖୋଜି କରିବା ସନ୍ଧାନ ନ ପାଇବାରୁ ଏନେଇ ଥାନାରେ ଅଭିଯୋଗ କରିଥିଲେ।

୧୦ ତାରିଖ ବିଳମ୍ବିତ ରାତିରେ ବଲାଙ୍ଗୀର-ସମ୍ୱଲପୁର ଏନ୍‌ଏଚ-୨୬, ଚେରୁପାଲି ଅଙ୍ଗନଦୀ ପୋଲ ଉପରେ ଗୋଟିଏ ବାଇକ୍‌ ଠିଆ ହୋଇଥିବା ପୁଲିସ୍‌ ସୁଚନା ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲା। ପୁଲିସ ଓ ପରିବାର ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ଓ ହେଲମେଟକୁ ଚିହ୍ନଟ କରିଥିଲେ। ଏହା ପରେ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀ ବ୍ରିଜ ନିକଟରେ ଖୋଜାଖୋଜି କରି ପାଇନଥିଲେ।

ସମ୍ବନ୍ଧିତ ଖବର