ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତ ବଡ଼ବାହାଳ ରେଞ୍ଜ ଅନ୍ତର୍ଗତ ଯୁବରାଜପୁର ଗ୍ରାମ ନିକଟ ଜଙ୍ଗଲରୁ ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ମାଈ ଭାଲୁର ବୟସ ପ୍ରାୟ ୧୨ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସ୍ଥାନୀୟ ଲୋକମାନେ ଜଙ୍ଗଲକୁ ଯିବା ବେଳେ ଭାଲୁ ମାରି ପଡ଼ିଥିବା ଦେଖିବାକୁ ପାଇଥିଲେ।
ମୃତଦେହରୁ ଦୁର୍ଗନ୍ଧ ବାହାରୁ ଥିବାରୁ ଭାଲୁଟିର କେବେ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନି। ଗ୍ରାମବାସୀ ଏ ନେଇ ବନ ବିଭାଗକୁ ଖବର ଦେଇଥିଲେ। ଏସିଏଫ ଦେବୀପ୍ରସାଦ ରାଉତ ଓ ରେଂଜ ଅଧିକାରୀ ପ୍ରଜ୍ଞାପାରମିତା ଦୀପ ଘଟଣାସ୍ଥଳରୁ ଭାଲୁର ମୃତଦେହ ଉଦ୍ଧାର କରିଥିଲେ। ଆଜି ଭାଲୁଟିର ଶବ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଛି। ମୃତଦେହର ନମୁନା ଭୁବନେଶ୍ବର ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡିଏଫଓ ରମାକାନ୍ତ ନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/20-6.jpg)