ଭୁବନେଶ୍ବର: ହୋଟେଲ ରୁମ୍ ଭିତରୁ ସିଆରପିଏଫ୍ ଯବାନଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ଭୁବନେଶ୍ୱର ଅଶୋକନଗରସ୍ଥିତ ଏକ ହୋଟେଲ ଭିତରୁ ସିଆରପିଏଫ୍ ଯବାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତ ଯବାନ ହେଲେ ମିର ସିଂ (୪୨)।
ମିର ସିଂ ଝାଡଖଣ୍ଡସ୍ଥିତ ୨୧୪ ବାଟାଲିୟନର ସିଆରପିଏଫ ଯବାନ ଭାବେ କାମ କରୁଥିଲେ। ଦୁଇ ଦିନ ପୂର୍ବରୁ ଭୁବନେଶ୍ବର ଆସି ଏକ ହୋଟେଲରେ ରହୁଥିଲେ। ତେବେ କେଉଁ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ଜଣାପଡ଼ି ନାହିଁ। ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସେମାନେ ପହଞ୍ଚିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି।