ପୂର୍ବତନ କର୍ପୋରେଟରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

କଟକ: କଟକ ମଙ୍ଗଳବାଗସ୍ଥିତ ବଣିଆ ସାହି ଅଂଚଳର ପୂର୍ବତନ କର୍ପୋରେଟର ଲୁଲୁ କିଶୋର ବସ୍ତିଆଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର। ବଣିଆ ସାହି ଅଂଚଳରେ ବୈଦ୍ୟନାଥ ଔଷଧ ଦୋକାନ ରହିଛି। ଖବର ପାଇ ମଙ୍ଗଳବାଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ସିଲ କରିଥିବା ବେଳେ ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମୃତଶରୀର ବ୍ୟବଛେଦ ପାଇଁ ପଠାଯିବ।

ଗତ କିଛି ବର୍ଷ ପୂର୍ବେ ଉକ୍ତ ବ୍ୟକ୍ତିଙ୍କ ପୁଅଙ୍କ ମରଶରୀର ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର