କେସିଙ୍ଗା: ତ୍ରିପୁରାର ଅଗରତାଲାରେ ସହିଦ ହୋଇଥିବା ବୀର ଯବାନ କଳାହାଣ୍ଡି ମାଟିର ପୁଅ ଈଶ୍ବର ଚନ୍ଦ୍ର ଦୋରାଙ୍କ ପାର୍ଥିବ ଶରୀର ରବିବାର ଗାଁ’ ବେଲଖଣ୍ଡିରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ଲୋକମାନେ ଅମାଠ ଛକରୁ ଗାଁ’ ପର୍ଯ୍ୟନ୍ତ ମରଶରୀରକୁ ବାଇକ୍ ଶୋଭାଯାତ୍ରାରେ ଆଣିଥିଲେ। ସୂଚନାଥାଉ କି ଈଶ୍ୱର ଚନ୍ଦ୍ର ଛୁଟିରେ ଆଜି ଗାଁ’କୁ ଆସିବାର ଥିଲା। ମାତ୍ର ସେ ନ ଆସି ମରଶରୀର ଆସିଲା ବୋଲି ତାଙ୍କ କକା ହରେକୃଷ୍ଣ ଦୋରା ପ୍ରକାଶ କରିଛନ୍ତି। ସେହିପରି ମା’ ହରପ୍ରିୟା ଓ ସ୍ତ୍ରୀ’ଙ୍କ କାନ୍ଦ ସହ କିଛି ବୁଝିପାରୁ ନଥିବା ୫ ବର୍ଷର ଝିଅର କଇଁ କଇଁ କାନ୍ଦ ଉପସ୍ଥିତ ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା। ଘରେ ମରଶରୀର ପହଞ୍ଚିବା ପରେ ବିଏସ୍ଏଫ୍ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ସହ ଅନ୍ତିମ ଶୋଭାଯାତ୍ରା ବାହାରିଥିଲା। ଶ୍ମଶାନରେ ପୁଲିସ୍ ଓ ବିଏସ୍ଏଫ୍ ପକ୍ଷରୁ ତୋପ ସଲାମି ପରେ ଶେଷକୃତ୍ୟ କରାଯାଇଥିଲା।
ଛୁଟିରେ ଆସିବା ଦିନ ହିଁ ଘରେ ପହଞ୍ଚିଲା ସହିଦ ଈଶ୍ବର ଦୋରାଙ୍କ ମରଶରୀର
ଶୋକାକୁଳ ପରିବେଶରେ ଶେଷକୃତ୍ୟ ସଂପନ୍ନ
/sambad/media/post_attachments/wp-content/uploads/2023/11/kesinga.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)