ରାତିରେ ଘରୁ ଫେରାର ହୋଇଥିଲେ ଯୁବକ-ଯୁବତୀ, ସକାଳୁ ୨ ଜଣଙ୍କର ମୃତଦେହ ଉଦ୍ଧାର

ସଇଁତଳା: ରାତିରେ ପଳାୟନ କରିଥିବା ଯୁବକ-ଯୁବତୀଙ୍କ ମୃତହେଦ ଆଜି ସକାଳୁ ଉଦ୍ଧାର ହୋଇଛି। ବଲାଙ୍ଗୀର ଜିଲ୍ଳା ସଇଁତଳ ଥାନା ଅନ୍ତର୍ଗତ ସ୍ଥାନୀୟ ଡଙ୍ଗରମୁଡ଼ା ଗାଁର ପ୍ରୋଜେଟ ନିକଟ ଛୋଟ ଡୁଙ୍ଗୁରି ଠାରେ ଦୁଇ ପ୍ରେମୀ ଯୁଗଳ ଏକ ବର ଗଛରେ ଦଉଡି ଲଗାଇ ଆତ୍ମ ହତ୍ୟା କରିଥିବା ସୂଚନା ମିଳିଛି।

ସୂଚନା ମୁତାବକ ଡଙ୍ଗରମୁଡ଼ା ଗ୍ରାମର ରାଧେଶ୍ୟାମ ଭୋଇଙ୍କ ପୁଅ ଚନ୍ଦ୍ର ଭୋଇ ଓ ତୁଷୁରା ନିକଟସ୍ଥ ନୂଆପଡାର ଯାଜ୍ଞାସିନୀ କୁଅଁର ଗତକାଲି ରାତିରେ ଡୁଙ୍ଗିରି ନିକଟକୁ ଆସି ଏକ ବର ଗଛରେ ଓଢଣୀ ଲଗେଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳେ ଗାଁର କିଛି ଲୋକ ଜଙ୍ଗଲକୁ ଯିବା ବେଳେ ବର ଗଛରେ ଯୁବକ ଓ ଯୁବତୀ ଆତ୍ମହତ୍ୟା କରିଥିବା ଦେଖିଥିଲେ। ସେମାନେ ଗାଁ ଲୋକଙ୍କୁ ସୂଚନା ଦେଇଥିଲେ। ଫଳରେ ଯୁବକ ଜଣକର ବାପା ଘଟଣାସ୍ଥଳକୁ ଆସି ଶବକୁ ନେଇ ସତ୍କାର କରିବା ପାଇଁ ପ୍ରୟାସ କରିଥିଲେ। ହେଲେ ଏହା ପୂର୍ବରୁ ସଇଁତଳା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଫଳରେ ପରିବାର ଲୋକେ ଶବକୁ ଛାଡି ଦୌଡ଼ି ପଳେଇଥିଲେ । ପୁଲିସ ଶବକୁ ଜବତ କରି ଏକ ଅପମୃତୁ ମାମଲା ରୁଜୁ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରିକରୁଛି।

ସମ୍ବନ୍ଧିତ ଖବର