କପ୍ତିପଦା: ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ବାଘମୁଣ୍ଡା ଜଙ୍ଗଲରେ ପୁରୁଷ ଓ ମହିଳାଙ୍କ ମୃତଦେହ ଠାବ ହୋଇଛି। ଆଜି ସକାଳେ ସ୍ଥାନୀୟ ଲୋକ ପତ୍ର ତୋଳିବା ନିମନ୍ତେ ଆସିଥିବା ବେଳେ ମୃତଦେହ ଦେଖିବାକୁ ପାଇଥିଲେ। ମୃତଦେହ ଦେଖିବା ପରେ ଏ ନେଇ କପ୍ତିପଦା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀ ଜଣକ ବାଘମୁଣ୍ଡା ଗ୍ରାମର କାର୍ମି ବେସରା ଓ ଯୁବକ ଜଣକ ଘୁଁଟିବିଲ ଗ୍ରାମର ପିତାମ୍ବର ବେସରା ବୋଲି ଜଣାପଡ଼ିଛି। ଏହି ମୃତକ ଦୁଇ ଜଣ ସମ୍ପର୍କରେ ଭାଉଜ ଏବଂ ଦିଅର ହେବେ ବୋଲି ଜଣାଯାଇଛି। ତେବେ ଗତ ମଙ୍ଗଳବାର ଦିନରୁ ଉଭୟ ଘରୁ ବାହାରି ଆସିଥିବା ବେଳେ ତାଙ୍କର ମୃତଦେହ ଆଜି ମିଳିଛି। ତେବେ ପାରିପାର୍ଶ୍ଵିକ ଅବସ୍ଥାରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp