ଗାଁ ଦାଣ୍ଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଲାଙ୍ଗୀର: ବଲାଙ୍ଗୀର ସଦରଥାନା ଖୁଜେନପାଲି ଗାଁର ୪୦ ବର୍ଷୀୟ ସୁରେଶ ଭୋଇଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଗାଁ ଦାଣ୍ଡରେ ପଡିଛି ସୁରେଶଙ୍କ ରକ୍ତ ଜୁଡୁବୁଡୁ ଶବ । ଶବ ଉପରେ ଗଣେଶ ପୂଜାରେ ବ୍ୟବହୃତ ଟେଣ୍ଟର ବାଉଁଶ ଢଙ୍କା ଯାଇଛି । ବିଲମ୍ୱିତ ରାତିରେ ହତ୍ୟା ପରେ ଟେଣ୍ଟ ବାଉଁଶ ଢଙ୍କା ଯାଇଥିବା ସନ୍ଦେହ କରାଯାଉଛି । ହତ୍ୟା ପରେ ବାଉଁଶ ପକାଇ ଶବକୁ ଜାଲି ଦେବାକୁ ଉଦ୍ୟମ କରାଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । କିଏ ଓ କାହିଁକି ହତ୍ୟା କଲା ଜଣାପଡୁନାହିଁ । ଖୁଜେନପାଲି ଗାଁରେ ବେଆଇନ ଭାବେ ମଦ ବେପାର କରୁଛନ୍ତି କିଛି ଲୋକ । କୁଚିଆ ମଦ ଦୋକାନର ମଦ ପିଇ, ସୁରେଶ ପ୍ରତିଦିନ ଗଣ୍ଡୋଗୋଲ କରୁଥିବା ଜଣାପଡିଛି । ମଦ ପିଇ ଝଗଡା ପରେ ହତ୍ୟାକାଣ୍ଡ ହୋଇଥିବା ଅନୂମାନ କରାଯାଉଛି । ବଲାଙ୍ଗୀର ସଦର ପୁଲିସ ଘଟଣାସ୍ଥଳରେ ପହଚିଂ ଛାନଭିନ ଜାରି ରଖିଛି ।

ସମ୍ବନ୍ଧିତ ଖବର