ମାଓ କମାଣ୍ଡରର ମୃତଦେହ ଉଦ୍ଧାର, ସଂଗଠନ କର୍ମୀଙ୍କ ଦ୍ବାରା ହତ୍ୟା ସଂଦେହ

ମାଲକାନଗିରି: ଛତିଶଗଡର ସୁକମା ଏବଂ ଦନ୍ତେୱାଡା ଜିଲ୍ଲା ମଧ୍ୟରେ ରହିଥିବା ଜଂଗଲରେ ଜଣେ ମାଓ କମାଣ୍ଡରର ମୃତଦେହକୁ ଉଦ୍ଧାର କରାଯାଇଛି। ମୃତ ମାଓବାଦୀ ଜଣକ ଦରଭା ଡିଭିଜନର କଟେକଲ୍ୟାଣ କମିଟିର କମାଣ୍ଡର ଥିଲା। ମୃତ ମାଓବାଦୀ ଜଣକ ହେଲେ ଦେବା ଅରଫ ତିରି ମାଡକାମୀ। ପୁଲିସ ଦେବା ନାମରେ ୯ଟି ବିଭିନ୍ନ ହିଂସା ଘଟଣା ନେଇ କେଶ ରୁଜୁ କରିଥିଲା। ଆଜି ସକାଳେ ସୁକମା ଓ ଦନ୍ତେଵାଡା ଜିଲ୍ଲା ସୀମାନ୍ତରେ ଥିବା ଫୁସାରାସ ଘାଟି ନିକଟରେ ଥିବା ଜିଆକୋରତା ଜଂଗଲରେ ଜଣେ ବ୍ୟକ୍ତିର ମୃତଦେହ ପଡିଥିବା ପୁଲିସ ଖବର ପାଇଥିଲା। ଖବର ପାଇ ସିଆରପିଏଫ ଏବଂ ପୁଲିସ ଟିମ ଜଂଗଲରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲା। ଦେବା ନାମରେ ସରକାର ୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ତେବେ ସଂଗଠନରେ ନିଜ ନିଜ ଭିତରେ ଲଢ଼େଇ କରି ଦେବା ମୃତ୍ୟୁବରଣ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ପୁଲିସ ଏହାର ଯାଞ୍ଚ କରୁଥିବା ପୁଲିସ ମହାନିର୍ଦେଶକ ପି.ସୁନ୍ଦରରାଜ ପ୍ରକାଶ କରିଛନ୍ତି। ତେବେ ଦେବାର ମୃତ୍ୟୁ ସଂଦେହ ଘେରରେ ରହିଥିବା ବେଳେ ନିଜ ଭିତରେ ରହିଥିବା ଫାଟ ଯୋଗୁଁ ଦେବା ମୃତ୍ୟୁବରଣ କରିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର